(ହିଞ୍ଜିଳି / ରଜନୀକାନ୍ତ ପାତ୍ର) : କାର ଭିତରୁ ଗଞ୍ଜେଇ ଜବତ । ଏହି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି ଦିଗପହଣ୍ଡି ପୋଲିସ । ପୋଲିସ ସେମାନଙ୍କ ନିକଟରୁ ୧୧୭ କେଜି ଗଂଜେଇ ସହ ଏକ କାରକୁ ଜବତ କରିଥିବା ସୂଚନାମିଳିଛି । ଅଭିଯୁକ୍ତ ୨ ହେଲେ କଂସମାରୀ ଗ୍ରାମର ସୁଦର୍ଶନ ଦୋରା ଓ ପାଟପୁର ଥାନା କତାପଲ୍ଲୀ ଗ୍ରାମର କାର ମାଲିକ ରଞ୍ଜିତ ଗୌଡ଼ । ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ କୁ ଚାଲାଣ କରାଯିବ ।
ସୂଚାନୁଯାୟୀ , ୩୨୬ ନଂ ଜାତୀୟ ରାଜପଥର ମୌଳାଭଣଜା ବ୍ରିଜ ନିକଟରୁ ଦିଗପହଣ୍ଡି ଥାନା ଅଧିକାରୀ ଭୋର ସମୟରେ ଉକ୍ତ ଗଞ୍ଜେଇ ବୋଝେଇ କାରକୁ ପିଛା କରି କାରଟିକୁ କାବୁ କରିଥିଲେ । କାରଟିକୁ ତଲାସୀ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା।