ଭୁବନେଶ୍ୱର; ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ଘର ପ୍ରଦାନ କରାଯାଇଛି । ୧୧୬ଟି ହିତାଧିକାରୀଙ୍କ ପରିବାରକୁ ଘର ମିଳିଛି । ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ ପକ୍ଷରୁ ଘର ଆବଣ୍ଟନ କରାଯାଇଛି । ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଟୋକନ ଦ୍ୱାରା ହିତାଧିକାରୀଙ୍କୟ ଘର ବଣ୍ଟନ କରାଯାଇଥିବା ଜଣାପଡିଛି । ଏହିକ୍ରମରେ ଚନ୍ଦ୍ରଶେଖରପୁର ମୌଜାରେ ୨୦ ଏକର ପରିମିତ ଜାଗାରେ ୨୬ ଶହ ଗୃହ ନିର୍ମାଣ ଯୋଜନା କରାଯାଇଥିବା ବେଳେ ସେଥିମଧ୍ୟରୁ ୮୨୦ଟି ଘର ନିର୍ମାଣ ସମ୍ପୂର୍ଣ୍ଣ ସରିଛି । ଏପର୍ୟ୍ୟନ୍ତ ୬୯୦ଟି ଘରର ଆବଣ୍ଟନ ସରିଛି। ବାକି ଗୃହ ପର୍ୟ୍ୟାୟକ୍ରମେ ଆବଣ୍ଟନ କରାଯିବ।