କାରରୁ ୧୦ଲକ୍ଷ ଟଙ୍କା ଜବତ

(ରିପୋର୍ଟସ ଟୁଡ଼େ)ରାୟଗଡ଼ା: ଆଜି ଏକ କାରରୁ ୧୦ଲକ୍ଷ ଟଙ୍କା ଜବତ ହୋଇଛି । ରାୟଗଡ଼ା ଜିଲ୍ଲାରେ ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ ଚେକିଙ୍ଗ ବେଳେ ରାୟଗଡ଼ାରୁ କେକେ ନଗର ଆଡ଼କୁ ଯାଉଥିବା ଏକ କାର କତାପେଟା ନିକଟରେ ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ ହାତରେ ଧରାପଡ଼ିଛି । କାରଟିରେ ୧୦ଲକ୍ଷ ଟଙ୍କା ନେଇ ଦୁଇଜଣ ଯାଉଥିବା ଜଣାପଡ଼ିଛି । ନିର୍ବାଚନ ବିଧି ଉଲଂଘନ ମାମଲାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ଏହା ସହ ଟଙ୍କା କେଉଁଠୁ ଆସିଲା ତାକୁ ନେଇ ପୋଲିସ ଖୋଲତାଡ଼ ଆରମ୍ଭ କରିଛି ।