( ଭୁବନେଶ୍ୱର / ରିପୋର୍ଟସଟୁଡେ): ପବଜି ଖେଳିବା ହେଲା କାଳ । ରାଜକୋଟରେ ସାର୍ବଜନିକ ସ୍ଥାନରେ ପବଜି ଗେମ ଖେଳୁଥିବା କାରଣରୁ ଭିନ୍ନ ଭିନ୍ନ ସ୍ଥାନରୁ ୧୦ଜଣ ଛାତ୍ରଙ୍କୁ ଗରିଫ କରିଛି ପୋଲିସ । ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବା ପରେ ତାଙ୍କୁ ଜାମିନ ଦିଆଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ମୁତାବକ, “ଆମେ ସାଧାରଣ ଜନତାଙ୍କୁ ଏହା ସୂଚନା ଦେବାକୁ ଚାହୁଁଛୁ କି, ପବଜି ଖେଳକୁ ବ୍ୟାନ କରିବା କେବଳ କାଗଜ ମଧ୍ୟରେ ଆବଦ୍ଧ ରହିନାହିାଁ”
କଣ ପବଜି ଖେଳ ?
ପବଜି ଏକ ଅନଲାଇନ ଗେ ମ୍ା ଏଥିରେ ଭାଗ ନେବା ଖେଳାଳୀଙ୍କୁ ନିଜକୁ ବଞ୍ଚାଇବା ପାଇଁ ସାମ୍ନା ଲୋକଙ୍କ ୁ ମାରିବାକୁ ପଡିଥାଏ । ଏହାକୁ ଖେଳିବା ଦ୍ୱାରା ପିଲାଙ୍କ ମଧ୍ୟରେ ହିଂସା ପ୍ରବୃତି ବଢ଼ୁଥିବାରୁ ଏହାକୁ ଏବେ ଗୁଜରାତରେ ବ୍ୟାନ କରାଯାଇଛିା ଏହି ଖେଳ ଖାସ କରି ଛୋଟ ପିଲା ଏବଂ କିଶୋର ମାନଙ୍କୁ ନିଜ କବଜାରେ କରିଛିା
ଏହା ପ୍ରଥମ ଥର ନୁହଁ ଯେବେ ଅନଲାଇନ ଗେମ ଯୁବପିଢ଼ିଙ୍କ ଉପରେ ଖରାପ ପ୍ରଭାବ ପକାଉଛିା ଏହା ପୂର୍ବରୁ ମଧ୍ୟ ମୋମୋ ଚ୍ୟାଲେଞ୍ଜ ଖେଳକୁ ବ୍ୟାନ କରାଯାଇଥିଲାା କାରଣ ଏହା ଦ୍ୱାରା ପିଲାଙ୍କ ଉପରେ ଖରାପ ପ୍ରଭାବ ପଡିବା ସହ କିଛି ପିଲା ମୃତ୍ୟୁ ବରଣ ମଧ୍ୟ କରିଥିଲୋ