କୋଭିଡ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ
ମହାରାଷ୍ଟ୍ରର ଅହମଦନଗରର ଜିଲ୍ଲା ହସ୍ପିଟାଲରେ ଥିବା କୋଭିଡ ୱାର୍ଡରେ ଆଜି ଭୟଙ୍କର ଅଗ୍ନିକାଣ୍ଡ
(ଦିଲ୍ଲୀ) : ମହାରାଷ୍ଟ୍ରର ଅହମଦନଗରର ଜିଲ୍ଲା ହସ୍ପିଟାଲରେ ଥିବା କୋଭିଡ ୱାର୍ଡରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୦ ଜଣ ରୋଗୀ ପ୍ରାଣ ହରାଇଥିବା ପ୍ରାଥମିକ ସ୍ତରରେ ଖବର ମିଳିଛି। ହସ୍ପିଟାଲରେ ଲାଗିଥିବା ନିଆଁର କାରଣ ଜଣାପଡ଼ି ନଥିଲେ ମଧ୍ୟ ଶଟସର୍କିଟ ଯୋଗୁ ଏପରି ହୋଇଥିବା କୁହାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। କୋଭିଡ୍ ୱାର୍ଡଟି ଜିଲ୍ଲା ହସ୍ପିଟାଲ ରହିଥିଲା।
ସୂଚନାନୁଯାୟୀ , ପ୍ରାଣ ହରାଇଥିବା ସମସ୍ତ ରୋଗୀ କୋଭିଡ୍ ଆଇସିୟୁ ୱାର୍ଡରେ ଥିଲେ। ଚିକିତ୍ସା ଚାଲିଥିବା ବେଳେ ହଠାତ୍ ଆଇସିୟୁ ୱାର୍ଡରେ ନିଆଁ ଲାଗି ଯାଇଥିଲା। ଫଳରେ ଏଠାରେ ଥିବା ରୋଗୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ବିସ୍ତୃତ ସୂଚନା ମିଳିଛି। ସାମ୍ନାକୁ ଆସିଥିବା ଫଟୋରେ ହସ୍ପିଟାଲରୁ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଛି। ସେହିପରି କୋଭିଡ ୱାର୍ଡଟି ନିଆଁ ଲାଗିବା ଯୋଗୁ ଛିନଛତ୍ର ହୋଇଯାଇଛି।