ରାଜ୍ୟର ୧୦ ଡିଗ୍ରୀ ତଳେ ୧୦ ସହର

ଭୁବନେଶ୍ୱର: ଶୀତରେ ଥରୁଛି ପୁରା ରାଜ୍ୟ । ରାଜ୍ୟର ୧୦ ସହରର  ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି । ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ସେଠାର ତାପମାତ୍ରା ୫.୮ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀ ୭, କିରେଇ ୭.୭, ସିମିଳିଗୁଡା ଓ ଦାରିଙ୍ଗବାଡି ୮, କେନ୍ଦୁଝର ୮.୮, ସୁନ୍ଦରଗଡ ୮.୯, ଅନୁଗୁଳ ଓ ନବରଙ୍ଗପୁର ୯, ଭବାନୀପାଟଣା ୯.୫, କଟକ ୧୪.୪ ଓ ଭୁବନେଶ୍ୱର ୧୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏହାସହ ରାଜ୍ୟରେ ୨୪ ଘଣ୍ଟାରେ ରାତି ତାପମାତ୍ରା ଆହୁରି ବଢିବ। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବୃଦ୍ଧି ପାଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।