ମର୍ମନ୍ତୁଦ ସଡକ ଦୁର୍ଘଟଣା: ପିକଅପ ଧକ୍କାରେ ୧ ମୃତ ୧ ଗୁରୁତର

ବିରୁପାକ୍ଷ ପ୍ରଧାନ/ ଆଠଗଡ: ୬୫ ନମ୍ବର ରାଜ୍ୟ ରାଜପଥ ନରସିଂହପୁର କରିଲୋ ଛକ ନିକଟରେ ଅଜଣା ଗାଡ଼ି ଧକ୍କରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଚମ୍ପେଶ୍ୱର ନରସିଂହପୁର ବ୍ଲକ ଅନ୍ତର୍ଗତ ବାଗଧରିଆ କରିଲୋ ମଝି ରାସ୍ତା ରେ ଏକ ପିକଅପ ସହ ଗୋଟିଏ ବାଇକ ଧକ୍କା ହେବା ଫଳରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ତେବେ ମୃତ୍ୟୁ ବ୍ୟକ୍ତି ଙ୍କ ନାମ ବିଜୟ ପ୍ରଧାନ(୩୦) ବୋଲି ଜଣା ପଡିଥିବା ବେଳେ ତାଙ୍କ ଘର ଖଣ୍ଡପଡା ବ୍ଳକ ଅନ୍ତର୍ଗତ ସିଙ୍ଗାପଡା ଗାଁ ର । ସେ ବନ୍ଧୁ ଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି। ସଙ୍ଗେ ସଙ୍ଗେ ବାଲିଝରି ଦମକଳ ବାହିନୀ ପହଂଚି ଆହତ ବ୍ୟକ୍ତି ଙ୍କୁ ପ୍ରଥମେ କାନପୁର ଓ ପରେ ବଡମ୍ବା ଡାକ୍ତରଖାନା ସ୍ଥାନାନ୍ତର କରିଥିଲା । ପରେ କାନପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।