ସୁନା ବେଡା ବସଷ୍ଟାଣ୍ଡରୁ ବିପୁଳ ନକଲି ନୋଟ ଜବତ, ୧ ଗିରଫ

କୋରାପୁଟ: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ନକଲି ନୋଟ୍ । କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ନକଲି ନୋଟ୍ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ୩ ଲକ୍ଷ ୨୮ ହଜାର ୩୦୦ ଟଙ୍କାର ନକଲି ଜବତ କରିଛି ଏସଟିଏଫ ।
କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ ଜଣେ ବ୍ୟକ୍ତି ନିକଟରୁ ୩ ଲକ୍ଷ ୨୮ ହଜାର ୩୦୦ ଟଙ୍କାର ନକଲି ନୋଟ୍ ଜବତ ହୋଇଛି। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ । ନକଲି ନୋଟ୍‌ ଜବତ ହୋଇଥିବା କୋରାପୁଟ ନନ୍ଦପୁରର ଯୁବକ ଅନାମ ଖିଲୋକୁ ଏସଟିଏଫ ଗିରଫ କରିଛି । ସୁନାବେଡା ଥାନାରେ ଏ ନେଇ ଏକ ଏତଲା ଦିଆଯାଇଛି । ଏହି ଟଙ୍କା ଅନାମ ନିକଟକୁ କେଉଁଠୁ ଆସିଲା, ନକଲି ନୋଟ କେଉଁଠାରେ ଛପା ଯାଉଛି ଓ କେଉଁଠାକୁ ଯାଉଥିଲା, ଏହି କାର୍ଯ୍ୟରେ ଆଉ କିଏ ସବୁ ରହିଛନ୍ତି ତା ଉପରେ ପୁଲିସ ତଦନ୍ତ କରୁଛି ।

SR