ଋିପୋର୍ଟରସ୍ ଟୁଡେ: କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଭୋର ସମୟରେଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି। କୁହୁଡ଼ି ଯୋଗୁଁ ଆଗକୁ ଭଲ ଭାବେ ଦେଖି ନ ପାରି ଏକ କଣ୍ଟେନର ଆଗରେ ଥିବା ଏକ ଟ୍ରଲର ପଛରେ ପିଟି ଦେଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଲର ଓ କଣ୍ଟେନରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାରୁ ପ୍ରକାଶ, ଆଜି ଭୋରୁ ଭୋରୁ ପ୍ରବଳ କୁହୁଡ଼ି ରହିଥିଲା।୧୬ ନମ୍ବର ଜାତୀୟ ରାଜପଥରେ ଘନ କୁହୁଡ଼ି ଯୋଗୁଁ ରାସ୍ତା ଭଲ ଭାବେ ଦୃଶ୍ୟମାନ ହେଉ ନ ଥିଲା।ଏହି ସମୟରେ ଏକ ମାଲ ବୋଝେଇ କଣ୍ଟେନର ଦୃତଗତିରେ ଯାଇ ଟାଙ୍ଗୀ ଥାନା ବନ୍ଦାଳ ନିକଟରେ ଯାଉଥିବା ଏକ ମାଲ ବୋଝେଇ ଟ୍ରଲର ପଛରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣା ଏତେ ଜୋର ଥିଲା ଯେ କଣ୍ଟେନରର ଆଗ ପଟ ସମ୍ପୂର୍ଣ୍ଣ ଚାପି ହୋଇଯାଇଥିଲା। ଫଳରେ ଏଥିରେ ଚାପି ହୋଇ କଣ୍ଟେନରର ଡ୍ରାଇଭର ଓ ହେଲ୍ପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ଟାଙ୍ଗୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।