ଗୌହାଟୀ : ଛାତ୍ରୀ ମାନଙ୍କ ପାଇଁ ଆସିଛି ବଡ଼ ପ୍ରୋତ୍ସାହନ । ଶିକ୍ଷା ବ୍ୟବସ୍ଥା ରେ ଛାତ୍ରୀ ମାନଙ୍କ ଉନ୍ନତି ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ଆସାମ ସରକାର । ସେମାନେ ନିୟମିତ ଶିକ୍ଷାନୁଷ୍ଠାନ କୁ ଆସିବା ପାଇଁ ଏହି ଯୋଜନା କରିଛନ୍ତି ଆସାମ ସରକାର । ଏହି ଯୋଜନା ରେ ପ୍ରତ୍ୟେକ ସ୍କୁଲ ଛାତ୍ରୀଙ୍କୁ ଦୈନିକ ୧୦୦ ଟଙ୍କା ଲେଖାଏଁ ଦେବେ ସରକାର । ଗତକାଲି ଆସାମ ର ଶିବସାଗର ଠାରେ ଆସାମ ଶିକ୍ଷାମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଯୋଜନା ର ସୂଚନା ଦେଇଛନ୍ତି । ଯୋଜନା ଅନୁଯାୟୀ ପ୍ରତିଦିନ ବିଦ୍ୟାଳୟ କୁ ଆସୁଥିବା ଛାତ୍ରୀ ଙ୍କୁ ୧୦୦ ଟଙ୍କା ଲେଖ।।ଏଁ ଦିଆଯିବ ଓ ସ୍ନାତକ ଏବଂ ସ୍ନାତକୋତ୍ତର ପଢୁଥିବା ଛାତ୍ରଛାତ୍ରୀ ଙ୍କୁ ବହି କିଣିବା ପାଇଁ ୧୫୦୦ ଓ ୨୦୦୦ ଟଙ୍କା ଲେଖାଏଁ ଦିଆଯିବ । ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଜାନୁଆରୀ ଶେଷ ସୁଦ୍ଧା ଜମାକରାଯିବ ।
ଶିକ୍ଷାମନ୍ତ୍ରୀ ହିମନ୍ତଙ୍କ କହିବାନୁଯାୟୀ ,ଏହି ଯୋଜନା ଗତବର୍ଷ ଠାରୁ ହୋଇଥିଲା , କିନ୍ତୁ କରୋନା ପପାଇଁ ଆରମ୍ଭ ହୋଇପାରିନଥିଲା । ଏହାଛଡ଼ା ଗତବର୍ଷ ଠାରୁ ରାଜ୍ୟ ରେ ଦ୍ୱାଦଶ ପରୀକ୍ଷା ରେ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଙ୍କୁ ଦୁଇଚକିଆ ଯାନ ପ୍ରଦାନ କରୁଛନ୍ତି ସରକାର । ଏହି ଯୋଜନାରେ ଶିବସାଗର ଟାରେ ଆୟୋଜୀତ କାର୍ୟ୍ୟକ୍ରମରେ ୯୪୮ ଜଣ ଛାତ୍ରୀଙ୍କୁ ସ୍କୁଟର ପ୍ରଦାନ କରିଛନ୍ତି ଶିକ୍ଷାମନ୍ତ୍ରୀ ।ଏହି ଅବସରରେ ଛାତ୍ରୀ ମାନଙ୍କ ଫାଇଁ ଏକାଧିକ ପ୍ରୋତ୍ସାହନ ଯୋଜନାର ସୂଚନା ଦେଇଛନ୍ତି ମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ସେ କହିଛନ୍ତି, ଦ୍ବାଦଶ ପରୀକ୍ଷାରେ ପ୍ରଥମ ଶ୍ରେଣୀ ପାଇଥିବା ମୋଟ ୨୨ହଜାର ୨୪୫ ଛାତ୍ରୀଙ୍କୁ ସ୍କୁଟର ପ୍ରଦାନ ଲାଗି ୧୪୪.୩୦ କୋଟି ଟଙ୍କା ବ୍ୟୟଅଟକଳ କରିଛନ୍ତି ରାଜ୍ୟ ସରକାର । ତେବେ ଆସନ୍ତା ବର୍ଷ ଆସାମ ବିଧାନସଭା ନିର୍ବାଚନ ଥିବାରୁ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବା ପାଇଁ ସରକାର ଏପରି ଯୋଜନା କରୁଥିବା ଆଲୋଚନା ବେଳେ ଶିକ୍ଷା କ୍ଷେତ୍ରରେ ଛାତ୍ରୀ ମାନଙ୍କୁ ସମାନ ଦରଜା ସହ କମ୍ ବୟସରେ ଝିଅଙ୍କ ବିବାହକୁ ରୋକିବା ଲାଗି ଆସାମ ସରକାର ଏପରି ପଦକ୍ଷେପ ନେଉଥିବା କହିଛନ୍ତି ଶିକ୍ଷାମନ୍ତ୍ରୀ । ପ୍ରତିଦିନ ସ୍କୁଲ ଗଲେ ଛାତ୍ରୀଙ୍କୁ ମିଳିବ ୧୦୦ ଟଙ୍କା
ଗୌହାଟୀ : ଛାତ୍ରୀ ମାନଙ୍କ ପାଇଁ ଆସିଛି ବଡ଼ ପ୍ରୋତ୍ସାହନ । ଶିକ୍ଷା ବ୍ୟବସ୍ଥା ରେ ଛାତ୍ରୀ ମାନଙ୍କ ଉନ୍ନତି ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ଆସାମ ସରକାର । ସେମାନେ ନିୟମିତ ଶିକ୍ଷାନୁଷ୍ଠାନ କୁ ଆସିବା ପାଇଁ ଏହି ଯୋଜନା କରିଛନ୍ତି ଆସାମ ସରକାର । ଏହି ଯୋଜନା ରେ ପ୍ରତ୍ୟେକ ସ୍କୁଲ ଛାତ୍ରୀଙ୍କୁ ଦୈନିକ ୧୦୦ ଟଙ୍କା ଲେଖାଏଁ ଦେବେ ସରକାର । ଗତକାଲି ଆସାମ ର ଶିବସାଗର ଠାରେ ଆସାମ ଶିକ୍ଷାମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଯୋଜନା ର ସୂଚନା ଦେଇଛନ୍ତି । ଯୋଜନା ଅନୁଯାୟୀ ପ୍ରତିଦିନ ବିଦ୍ୟାଳୟ କୁ ଆସୁଥିବା ଛାତ୍ରୀ ଙ୍କୁ ୧୦୦ ଟଙ୍କା ଲେଖ।।ଏଁ ଦିଆଯିବ ଓ ସ୍ନାତକ ଏବଂ ସ୍ନାତକୋତ୍ତର ପଢୁଥିବା ଛାତ୍ରଛାତ୍ରୀ ଙ୍କୁ ବହି କିଣିବା ପାଇଁ ୧୫୦୦ ଓ ୨୦୦୦ ଟଙ୍କା ଲେଖାଏଁ ଦିଆଯିବ । ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଜାନୁଆରୀ ଶେଷ ସୁଦ୍ଧା ଜମାକରାଯିବ ।
ଶିକ୍ଷାମନ୍ତ୍ରୀ ହିମନ୍ତଙ୍କ କହିବାନୁଯାୟୀ ,ଏହି ଯୋଜନା ଗତବର୍ଷ ଠାରୁ ହୋଇଥିଲା , କିନ୍ତୁ କରୋନା ପପାଇଁ ଆରମ୍ଭ ହୋଇପାରିନଥିଲା । ଏହାଛଡ଼ା ଗତବର୍ଷ ଠାରୁ ରାଜ୍ୟ ରେ ଦ୍ୱାଦଶ ପରୀକ୍ଷା ରେ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଙ୍କୁ ଦୁଇଚକିଆ ଯାନ ପ୍ରଦାନ କରୁଛନ୍ତି ସରକାର । ଏହି ଯୋଜନାରେ ଶିବସାଗର ଟାରେ ଆୟୋଜୀତ କାର୍ୟ୍ୟକ୍ରମରେ ୯୪୮ ଜଣ ଛାତ୍ରୀଙ୍କୁ ସ୍କୁଟର ପ୍ରଦାନ କରିଛନ୍ତି ଶିକ୍ଷାମନ୍ତ୍ରୀ ।ଏହି ଅବସରରେ ଛାତ୍ରୀ ମାନଙ୍କ ଫାଇଁ ଏକାଧିକ ପ୍ରୋତ୍ସାହନ ଯୋଜନାର ସୂଚନା ଦେଇଛନ୍ତି ମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ସେ କହିଛନ୍ତି, ଦ୍ବାଦଶ ପରୀକ୍ଷାରେ ପ୍ରଥମ ଶ୍ରେଣୀ ପାଇଥିବା ମୋଟ ୨୨ହଜାର ୨୪୫ ଛାତ୍ରୀଙ୍କୁ ସ୍କୁଟର ପ୍ରଦାନ ଲାଗି ୧୪୪.୩୦ କୋଟି ଟଙ୍କା ବ୍ୟୟଅଟକଳ କରିଛନ୍ତି ରାଜ୍ୟ ସରକାର । ତେବେ ଆସନ୍ତା ବର୍ଷ ଆସାମ ବିଧାନସଭା ନିର୍ବାଚନ ଥିବାରୁ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବା ପାଇଁ ସରକାର ଏପରି ଯୋଜନା କରୁଥିବା ଆଲୋଚନା ବେଳେ ଶିକ୍ଷା କ୍ଷେତ୍ରରେ ଛାତ୍ରୀ ମାନଙ୍କୁ ସମାନ ଦରଜା ସହ କମ୍ ବୟସରେ ଝିଅଙ୍କ ବିବାହକୁ ରୋକିବା ଲାଗି ଆସାମ ସରକାର ଏପରି ପଦକ୍ଷେପ ନେଉଥିବା କହିଛନ୍ତି ଶିକ୍ଷାମନ୍ତ୍ରୀ ।
Edit by Sushree Biswajeeta