ଚଳିତ ବର୍ଷ ବଢିବନି ସ୍କୁଲ ଫି,ଘୋଷଣା କଲେ ୟୂପି ସରକାର

0

(ରିପୋଟର୍ସ ଟୁଡେ/ଲକ୍ଷୌ୍ନ): ୟୂପିରେ ଅବିଭାବକଙ୍କ ପାଇଁ ଖୁସି ଖବର । ଚଳିତ ବଷ ବୋର୍ଡ ଅଧିନରେ ଚାଲୁଥିବା ସ୍କୁଲ ସେମାନଙ୍କର ମାସିକ ଫି ବୃଦ୍ଧି କରି ପାରିବେ ନାହିଁ । ଯେଉଁମାନେ ଫି ବୃଦ୍ଧି କରି ନେଇଛନ୍ତି ସେମାନଙ୍କୁ ଫେରାଇବାକୁ ପଡିବ । ରାଜ୍ୟରେ କୋରୋନା ଜନିତ ଲକଡାଉନ ସ୍ଥିତିକୁ ଦେଖି ସରକାର ଏମିତି ଘୋଷଣା କରଛନ୍ତି । ରାଜ୍ୟରେ UP secondary Education Board, CBSC,ICSE, IB (International Baccalaureate), IGCSE ଅଧୀନରେ ଅନେକ ପିଲା ପଢୁଛନ୍ତିି । ଏହି ବିପଦ ସମୟରେ ପ୍ରତ୍ୟକ ପିଲା ଓ ଅବିଭାବକ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ତେବେ ଏହି ସମୟରେ ସେମାନଙ୍କଠାରୁ ଅର୍ଥ ଆଣିବା ଠିକ ନୁହଁ ବୋଲି କହିଛନ୍ତି ୟୂପିର ଉପ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା । ଏକ ମାସରେ କେନ୍ଦ୍ରିୟ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ପ୍ରତ୍ୟେକ ଘରୋଇ ସ୍କୁଲକୁ ନିବେଦନ କରି କହିଥିଲେ । କୋରୋନା ଭାଇରସକୁ ଦ୍ରୃଷ୍ଟିରେ ରଖି ଲକଡାଉନ ସମୟରେ ସ୍କୁଲ ଫିସ ବୃଦ୍ଧି ଏବଂ ତିନି ମାସର ଫିସକୁ ଏକାଥରକେ ନେବା ନିଷ୍ପତିର ପୁନଃବିଚାର ସ୍କୁଲ କର୍ତୃପକ୍ଷ କରନ୍ତୁ ବୋଲି କହିଛନ୍ତି ।