ଆସନ୍ତା ୭ ଓ ୮ ତାରିଖରେ ଦିଲ୍ଲୀରେ ସମ୍ମାନ ଗ୍ରହଣ କରିବ ବିଏମସି

ଭୁବନେଶ୍ୱର:ପୁଣି ବିଏମସିକୁ ମିଳିବ ପୁରସ୍କାର । ଭୁବନେଶ୍ୱର ମହାନଗର ନିଗମକୁ ଜାତୀୟ ସ୍ତରରେ ସଫଳତା ମିଳିବାକୁ ଯାଉଛି । ପୁରସ୍କାର ଗ୍ରହଣ କରିବାକୁ ଭୁବନେଶ୍ୱର ମେୟରଙ୍କ ସମେତ ୫ ଜଣିଆ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିଛି ।ତେବେ ସ୍ୱେରେଜ, ସେଫଟେଜ ଓ ଫିକଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ ବିଏମସିକୁ ପୁରସ୍କାର ମିଳିବ । କାରଣ ସମଗ୍ର ଦେଶରେ ବିଏମସିର ମଡେଲ ସର୍ବୋତ୍ତମ । ଏଥିପାଇଁ ଆସନ୍ତା ୭ ଓ ୮ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ଉତ୍ସବରେ ସମ୍ମାନ ଗ୍ରହଣ କରିବ ବିଏମସି । ଦିଲ୍ଲୀ ଗସ୍ତରେ ଯାଇଥିବା ଟିମରେ ସାନିଟେସନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର, ପ୍ରୀତିନନ୍ଦା ରାଉତରାୟ, ଭାରତୀ ସିଂ ଓ ଡେପୁଟି କମିଶନର କମଳାକାନ୍ତ ବେହେରା ସାମିଲ ଅଛନ୍ତି । ବିଏମସି କାର୍ଯ୍ୟକାରିତା ଉପରେ ଭୁବନେଶ୍ୱରବାସୀ ସନ୍ତୁଷ ହେଉଥିବାରୁ ଏଭଳି ପୁରସ୍କାର ବିଏମସି ମିଳୁଛି ।