(ବିଜୟ କୁମାର କାରୁଆ)କେନ୍ଦୁଝର: କେନ୍ଦୁଝରଜିଲ୍ଲା ସାହାରପଡା ବ୍ଳକ ସାହାରପଡା ଫାଣ୍ଡି ଅନ୍ତର୍ଗତ ତୋଣ୍ଡ ଗ୍ରାମରେ ଫାଣ୍ଡି ଅଧିକାରୀ ୫୦ଲିଟର ଦେଶୀ ମହୁଲିମଦ ସହ ଜଣକୁ ଗିରଫ କରିଛି । ସୂଚନା ଅନୁଯାଇ ଫାଣ୍ଡି ଅଧିକାରୀ ମନୋହର ମହାନ୍ତ ଅଚାନକ ତୋଣ୍ଡ ଗ୍ରାମରେ ଚଢାଉ କରି ୫୦ଲିଟର ଦେଶୀ ମହୁଲି ମଦ ସହ ଗୋବର୍ଦ୍ଧ ନାଏକ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଚଢ଼ାଉରେ ଫାଣ୍ଡି ଅଧିକାରୀଙ୍କ ସହ ଅନ୍ୟ ପୋଲିସ ମାନେ ମଧ୍ୟ ସାମିଲ ଥିଲେ ।