୪ଟି ଜିଲ୍ଲାରେ ବର୍ଷିବ କାଳବୈଶାଖୀ ବର୍ଷା

( ଭୁବନେଶ୍ୱର/ରିପୋର୍ଟସଟୁଡେ): କାଳବୈଶାଖୀ ପ୍ରଭାବରେ ବର୍ଷା ଓ ଝଡ଼ତୋଫାନ ଲାଗି ରହିବା ନେଇ ପାଣିପାଗ ବିଭାଗ ଚାରୋଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ।

ଆଜି ପାଞ୍ଚଟି ଜିଲ୍ଲାକୁ ସନ୍ଧ୍ୟା ୫ଟା ଯାଏଁ ସତର୍କ ରହିବାକୁ ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଗଜପତି, ଗଞ୍ଜାମ, କୋରାପୁଟ ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଘରୁ ନବାହାରିବା ପାଇଁ ବିଭାଗ ପରାମର୍ଶ ଦେଇଛି । ଏହାର ପ୍ରଭାବରେ ରାଜ୍ୟରେ ପାଗ ପ୍ରାୟ ମେଘୁଆ ରହିଛି ।