୩ ତାରିଖ ସନ୍ଧ୍ୟା ୫.୩୦ରେ ସ୍ଥଳଭାଗ ଛୁଇଁବ ‘ଫନି’ !

(ଭୁବନେଶ୍ୱର /ରିପୋର୍ଟସଟୁଡେ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଏବେ ତୀବ୍ର ରୂପ ନେଇଛି । ଘଣ୍ଟାକୁ ୧୦ କିମି ବେଗରେ ଓଡ଼ିଶା ମୁହାଁ ହୋଇଛି । ସାମୁଦ୍ରିକ ଝଡ଼ ଫୋନି ଆସନ୍ତା ୩ ତାରିଖ ସଂଧ୍ୟା ୫.୩୦ ରେ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ମିଲିଛି ।

ଆସନ୍ତା ୩ ତାରିଖ ସଂଧ୍ୟା ୫.୩୦ ରେ ସ୍ଥଳଭାଗ ଛୁଇଁବ ଫୋନି । ଆଇଏମଡି ରିପୋର୍ଟ ଆଧାରରେ ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ । ଆଉ କିଛି ସମୟ ପରେ ଗୋପାଳପୁର ରାଡାରେ ଭିତରକୁ ଆସିବ ଫୋନି । ରାଡାରକୁ ଆସିବା ପରେ ପ୍ରତି ୧୦ ମିନିଟରେ ଫୋନିର ସୂଚନା ମିଳି ପାରିବ ।
ଗଜପତି, ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଂଜ, ଢେଙ୍କାନାଳ, ଅନୁଗୁଳ ଏବଂ କେନ୍ଦୁଝର ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । ଓଡଆରଏଫ ଏବଂ ଏନଡିଆରଏଫ ଯବାନମାନଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଅଧିକାରୀମାନଙ୍କୁ ଆବଶ୍ୟକୀୟ ସମାଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ୯ ଜଣ ଆଇଏଏସ ଏବଂ ୧୧ ଆଇପିଏସକୁ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।