(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲାରେ ଆଇନ କାନୁନ କିଛି ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଘର ଉପରେ ଜୋର ଜବରଦସ୍ତ ବିଦ୍ୟୁତ ବିଭାଗ ୩୩ କେବି ବିଦ୍ୟୁତ ତାର ଟାଣିଥିବା ନେଇ ପୁରୀ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି । ସୁଚନାଯୋଗ୍ୟ ଯେ ରଥପୁରୁଷୋତ୍ତମପୁର ପ୍ରତାପ ସାହୁ ଅଭିଯୋଗ ଆଣିଛନ୍ତି । ତାଙ୍କର ସ୍ଥିତିବାନ ଖାତାନଂ-୫୫୦/୨୯୫ ଉପରେ ଜୋର ଜବରଦସ୍ତ ୩୩କେବି ବିଦ୍ୟୁତ ତାର ଟଣାଯାଇଛି । ମନା କରିବା ସତ୍ତ୍ୱେବି ସେମାନେ ନ ଶୁଣି ଅଧିକାରୀଙ୍କୁ କହିବା ପାଇଁ କହିଥିଲେ। ଏହି ଉଚ୍ଚ ସମ୍ପନ୍ନ ବିଦ୍ୟୁତ ତାର ନିଶ୍ଚୟ ମୋ ପରିବାର ପାଇଁ ବିପଦ ସୃଷ୍ଟି କରିବ ଏଥିରେ ଟିକେ ମାତ୍ର ସନ୍ଦେହ ନାହିଁ । ଜିଲ୍ଲାପାଳ ତୁରନ୍ତ ଏ ଦିଗପ୍ରତି ନଜର ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।