୨.୫ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର

(ରିପୋଟରର୍ସ ଟୁଡେ):  ଘଣ୍ଟାକୁ ୧୫ କି.ମି. ବେଗରେ ଓଡ଼ିଶା ମୁହାଁ ହେଉଛି ଫନୀ। ଶୁକ୍ରବାର ଦିନ ୧୦ଟାରୁ ୧୨ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ଫନୀ। ପୁରୀ ପାଖାପାଖି ଅଞ୍ଚଳରେ ଫନୀ ଛୁଇଁବା ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ ବେଳେ ପବନ ବେଗ ଘଣ୍ଟାକୁ ୧୭୦ରୁ ୧୮୦ କି.ମି. ହେବ। କେତେକ ସ୍ଥାନରେ ପବନର ବେଗ ଘଣ୍ଟାକୁ ୨୦୦ କି.ମି ରହିବ।
ସାମୁଦ୍ରିକ ଝଡ଼ ଫନୀ ପାଇଁ ସୁରକ୍ଷିତ ଆଶ୍ରୟସ୍ତଳକୁ ଲୋକଙ୍କୁ ସ୍ଥାନାନ୍ତର କାର୍ୟ୍ୟ ଜାରି ରହିଛି। ଦିନ ୨ଟା ସୁଦ୍ଧା ଅମେଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଥିବା ଜଣାପଡ଼ିଛି। ପ୍ରାୟ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ପ୍ରଭାବିତ ହେବାକୁ ଥିବା ୧୩ଟି ଜିଲାର ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଗୁରୁବାର ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର କାର୍ୟ୍ୟ ଶେଷ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ଜିଲାର ୩୦୦୧ ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି। ୧ ଲକ୍ଷ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ କରାଯାଉଛି। ଏହାକୁ ରିଲିଫ ଆକାରରେ ପଠାଯିବ।