( ଭୁବନେଶ୍ୱର / ରିପୋର୍ଟସଟୁଡେ): ଗହଣା ପ୍ରେମୀଙ୍କୁ ଖୁସି କଲା ଭଳି ଖବର। ରାଜଧାନୀ ଦିଲ୍ଲୀରେ ଗୁରୁବାର ୧୦ ଗ୍ରାମ ସୁନାର ମୂଲ୍ୟ ୩୬୦ ଟଙ୍କା ହ୍ରାସ ପାଇଛି। ଫଳରେ ଏବେ ଏହାର ସଦ୍ୟତମ ମୂଲ୍ୟ ୩୩,୦୭୦ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ଏବଂ ଘରୋଇ ବଜାରରେ ଗ୍ରାହକଙ୍କ ଚାହିଦା ହ୍ରାସ ହେତୁ ଦର ଦାମ୍ ହ୍ରାସ ପାଇଛି।
ସୁନାଦର ହ୍ରାସ ହେବା ସହିତ ରୁପାର କେଜି ପ୍ରତି ଦର ମଧ୍ୟ ୫୨୦ ଟଙ୍କା ହ୍ରାସ ପାଇଛି। ଫଳରେ ଏବେ ଏହା ୩୮,୯୮୦ ଟଙ୍କାକୁ ଖସି ଆସିଛି।
ସୂଚନା ଅନୁସାରେ, ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୩୩,୦୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୩୨,୯୦୦ ଟଙ୍କା ରହିଛି।