(ରଜନୀକାନ୍ତ ପାତ୍ର)ହିଂଜିଳି କାଟୁ : ଗଞ୍ଜାମ ଜିଲ୍ଲା ହିଂଜିଳିରେ ଜିଲ୍ଳାପାଳ ଙ୍କ ନିୟମକୁ ବେଖାତିରି । ଅଫିସ ଖୋଲିବାର ଘଣ୍ଟାଏ ପାଖାପାଖି ହେଲେ ବି କର୍ମଚାରୀଙ୍କ ଦେଖା ମିଳୁନି । ବିଇଓ କାର୍ୟ୍ୟାଳୟ ଖାଁ ଖାଁ ଥିବା ବେଳେ କର୍ମଚାରୀଙ୍କ ଦେଖାନାହିଁ । ସବ ରେଜିଷ୍ଟ ଅଫିସ,ଜଳସେଚନ ବିଭାଗ,ମୁଖ ଡାକଘର,ଡାକ୍ତର ଖାନ,କୃଷି ସୂଚନା ଓ ପରାମର୍ଶ କାର୍ୟ୍ୟାଳୟ ଅବସ୍ଥା ନ କହିଲେ ଭଲ।
ତେବେ ଏଥିରୁ ପ୍ରମାଣିତ ସରକାରୀ ନିର୍ଦେଶପ୍ରତି କର୍ମଚାରୀଙ୍କ ଆନ୍ତରିକତା କେତେ ??ହିଞ୍ଜିଳିକାଟୁ ରେ ସରକାରୀ କାର୍ୟ୍ୟରତ ଥିବା ବଡ଼ ବଡ଼ ବାବୁ ବାବୁଆଣି ମାନଙ୍କୁ ସବୁଦିନ ବିଳମ୍ବରେ କାହିଁ ଆସୁଛନ୍ତି ବୋଲି ଲୋକେ ପଚାରିଲେ ଉତ୍ତର ମିଳୁଛି ଆମେ ବ୍ରହ୍ମପୁରରୁ ଆସୁଛୁ।ଗୋଟେ କଥା ମନକୁ ଆସୁଛି, ହିଂଜିଳିରେ ଏମିତି କେଉଁଟା ଅଭାବ ଦେଖାଦେଲା ଯେ,ଏମାନେ ବ୍ରହ୍ମପୁରୁ ରେ ରୁହନ୍ତି ଦ୍ଵିତୀୟ କଥା ଯଦି ବ୍ରହ୍ମପୁରରେ ରହୁଛନ୍ତି, ତାହେଲେ ଆମର ହିଂଜିଳି ପ୍ରତି ଅଣଦେଖା କାହିଁକି । କଣ ଏହା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଗଡ ବୋଲି ଏଠି କଣ ସବୁ ମାଫ । ଏହା ପରେ ମଧ୍ୟ ଅଫିସ ତ ଠିକ ସମୟରେ ପହଞ୍ଚନ୍ତୁ ନଚେତ ଘରୁ ଶୀଘ୍ର ବାହାରନ୍ତୁ । ବ୍ରହ୍ମପୁର ବଦଳି ହେଲେ ବି ସହରବାସୀଙ୍କୁ କୌଣସି ଅସୁବିଧା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଥିରେ ବାଦ ପଡ଼ିନି ସିଡିପିଓଙ୍କ କାର୍ୟ୍ୟାଳୟ ଦିନ ୧୧ଘଣ୍ଟା ସମୟରେ ମ୍ୟାଡ଼ମ ଆସନ୍ତି । ଏଠି ଏହି ଅଫିସର ବାବୁ ଓ ବାବୁଆଣି ମାନଙ୍କୁ ଶାସନ କରିବ କିଏ ବୋଲି ବୃଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି।ନା ରାଜ୍ୟ ସରକାର ନା ଜିଲ୍ଲାର ଜିଲ୍ଲାପାଳ ଏହା ଦେଖି ବାକୁ ବାକି ରହିଲା ।