ହାଜର ହେଲେ ତହସିଲଦାର ଓ ଥାନା ଅଧିକାରୀ

(ଆଦର୍ଶ ରାଉତ)ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫରେ ହାଜର ହେଲେ ଖୋର୍ଦ୍ଧା ତହସିଲଦାର ସୁଭେନ୍ଦ୍ର ସାମଲ ଓ ଖେର୍ଦ୍ଧା ସଦର ଥାନା ଅଧିକାରୀ ବିକ୍ରମ ଜେନା । ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ପଥର ଖଣି ମାଫିଆଙ୍କ ସହ ସଂପର୍କ ନେଇ ତାଙ୍କୁ ଏସଟିଏଫ ନୋଟିସ ହୋଇଥିଲା। ବ୍ୟକ୍ତିଗତ ଭାବେ ହାଜର ପାଇଁ ହୋଇଥିଲା ନୋଟିସ। ଅନ୍ୟପଟେ ପୋଲିସ ବିଭାଗରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକରେ ମନୋନୀତ ହୋଇଥିଲେ ବିକ୍ରମ ଜେନା। କ୍ରାଇମବ୍ରାଞ୍ଚ ନୋଟିସ ପରେ ତାଙ୍କୁ ମିଳିନଥିଲା ରାଷ୍ଟ୍ରପତି ପୋଲିସ ପଦକ।