ହସ୍ପିଟାଲ ପରିସରରୁ ୧୧ ଖପୁରୀ ଉଦ୍ଧାର

ୱାର୍ଧା: ହସ୍ପିଟାଲରୁ ମଣିଷ ଖପୁରୀ ଠାବ । ଗୋଟିଏ କି ଦୁଇଟି ନୁହେଁ ୧୧ଟି ମଣିଷ ଖପୁରୀ ସହ ୫୬ ଖଣ୍ଡ ହାଡ ଜବତ ହୋଇଛି । ଏହାକୁ ନେଇ ଏବେ ସ୍ତ।।ନୀୟ ଅଞ୍ଚଳରେ ଚର୍ଚ୍ଚା । ମହାରାଷ୍ଟ୍ରର ୱାର୍ଧା ଜିଲ୍ଲାରେ ଥିବା ଏକ ଘରୋଇ ହସ୍ପିଟାଲର ବାୟୋଗ୍ୟାସ ପ୍ଲାଣ୍ଟରୁ ଏସବୁ ମିଳିଛି । ଆର୍ବି ତହସିଲରେ ଥିବା ହସ୍ପିଟାଲ ପରିସରର ଯାଞ୍ଚ କରାଯାଇଛି । ପୁଲିସ ଜଣେ ନାବାଳିକ।। ଗର୍ଭପାତର ତଦନ୍ତ କରୁଥିବା ବେଳେ ଏହି ଖପୁରୀ ସାମ୍ନାକୁ ଆସିଛି । ପୁଲିସ ଖପୁରିକୁ କବଜାକୁ ନେବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।
ଏସମ୍ପର୍କରେ ଜଣାପଡିବା ପରେ ହସ୍ପିଟାଲର ଡାକ୍ତର ରେଖା କଦମଙ୍କୁ ବେଆଇନ ଗର୍ଭପାତ ଅଭିଯୋଗରେ ଗିରଫ କରାଯାଇଛି । ଏଥିସହ ବାୟୋଗ୍ୟାସ ପ୍ଲାଣ୍ଟର ଯାଞ୍ଚ ଚାଲିଥିବା ବେଳେ ସେଠାରୁ ୫୬ ଖଣ୍ଡ ହାଡ ଓ ୧୧ ଖପୁରୀ ମିଳିଥିଲା । ତେବେ ସେସବୁ ଭ୍ରୁଣ ହତ୍ୟା ପରେ ସେଠାରେ ଫିଙ୍ଗା ଯାଉଥିବା ଜଣାପଡିଛି ।