ହତ୍ୟା ଅଭିଯୋଗ

( ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ) : ଛତ୍ରପୁର କାଉନସିଲର ହତ୍ୟା ଘଟଣାରେ ଗତ ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ବିଜେଡି କାଉନସିଲ୍ର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ କିଛି ଦୁର୍ବୃତ୍ତ ତାଙ୍କ ବାସଭବନ ଆଗରେ ହତ୍ୟା କରିଥିଲେ । ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକଙ୍କୁ ୨୦୧୭ ଅକ୍ଟୋବର ୨୮ରେ ଉତ୍ତରାଖଣ୍ଡରୁ ଗିରଫ କରିଥିଲା ପୋଲିସ । ଏହି ମାମଲାରେ କିଛି ଦିନ ତଳେ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ହାଜର ପାଇଁ ଛତ୍ରପୁର ଥାନା ପୋଲିସ ନୋଟିସ କରିଥିଲା । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେମାନେ ହାଜର ହୋଇନଥିଲେ ।