ଭୁବନେଶ୍ୱର: ଆଜି ଘରକୁ ଫେରୁଛନ୍ତି ରାହୁଲ। ଖୁସିର ସୀମା ଆଉ ବନ୍ଦବାଡ ମାନୁନି। ଯାହାଙ୍କ ପାଇଁ ଘର ସଜା ସହ ଡିଜେ ବି ରେଡି। ଗାଡି ଭିତରେ ଭର୍ତ୍ତି ହୋଇ ରହିଛି ଉପହାର। ଦଶଦିନ ମେଡିକାଲରେ ରହିବା ପରେ ଏବେ ସୁସ୍ଥ ହେବା ପରେ ଆଜି ଘରକୁ ଫେରିଛନ୍ତି ରାହୁଲ। ଦୀର୍ଘ ୧୫ ଦିନ ପରେ ଆଜି ଘରେ ପାଦ ରଖିବେ ରାହୁଲ। ସେଥିପାଇଁ ପରିବାର ଲୋକେ ଭବ୍ୟ ଆୟୋଜନ କରିଛନ୍ତି। ଯାହାକୁ ଦେଖି ରାହୁଲ ବେଶ ଖୁସି। ତାଙ୍କ ବାପା ମାଆ ଓ ସାରା ଦେଶବାସୀ ଜଗନ୍ନାଥଙ୍କ ପାଖରେ ରାହୁଲଙ୍କ ପାଇଁ ମାନସିକ କରିଥିଲେ। ଏବେ ରାହୁଲ ସୁସ୍ଥହେବା ପରେ ପରିବାର ଲୋକେ ମହାପ୍ରଭୁଙ୍କୁ ଧନ୍ୟବାଦ ଦେଇଛନ୍ତି। ତାଙ୍କ ବାପା କହିଛନ୍ତି ସାରା ଭାରତବାସୀଙ୍କୁ ଧନ୍ୟବାଦ ଓ ଛତିଶଗଡର ସରକାରଙ୍କୁ ମଧ୍ୟ ଧନ୍ୟବାଦ। ଆଉ ମୋ ପୁଅ ପାଇଁ ଯେଉଁମାନେ ପ୍ରାର୍ଥନା କରିଛନ୍ତି ତାଙ୍କ ଅଶେଷ ଧନ୍ୟବାଦ ଦେଇ କହିଛନ୍ତି। ରାହୁଲ ଏବେ କିଛି ଦିନ ଘରେ ରହିବା ପରେ ପୁରୀ ଯିବେ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଜଗାର ଆଶିଷ ପାଇ ତାଙ୍କ ପୁଅ ପୂରା ସୁସ୍ଥ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି। ତେବେ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା ରାହୁଲଙ୍କୁ ସୁସ୍ଥ କରନ୍ତୁ।