(ସରୋଜ କୁମାର ରାଉତ/ନୂଆଦିଲ୍ଲୀ): ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ଶୁକ୍ରବାର ଅର୍ଥ ସଚିବ ଭାବେ ନିଯୁକ୍ତ କରାଯାଇଛି ବୋଲି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଯୁକ୍ତି ବ୍ୟାପାର କ୍ୟାବିନେଟ କମିଟି ଗର୍ଗଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ରାଜସ୍ଥାନ କ୍ୟାଡର ୧୯୮୩ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ୫୮ ବର୍ଷୀୟ ଗର୍ଗ ଜୁନ୍ ୨୦୧୭ରେ ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାମ କରୁଛନ୍ତି। ପୂର୍ବତନ ଅର୍ଥ ସଚିବ ଅଜୟ ନାରାୟଣ ଝା ଫେବୃୟାରୀ ୨୮ରେ ଅବସର ଗ୍ରହଣ କରିଛନ୍ତି। ତାଙ୍କୁ ୧୫ତମ ଅର୍ଥ କମିଶନର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି।