(ମଳୟ ରଞ୍ଜନ ଦଳ ବେହେରା)ସୁକିନ୍ଦା: ସୁକିନ୍ଦା ବିଜେପି ର ମିଶ୍ରଣ ପର୍ବରେ ଘଡାଇଙ୍କ ଗୁମର ଖୋଲିଛନ୍ତି ଦାମୋଦର ରାଉତ । ଶ୍ରୀ ରାଉତ୍ କହିଛନ୍ତି ଘଡାଇଙ୍କ ପରିବାର କୁ ଆମେ ଆଣିଥିଲୁ ସେ ଥିଲେ କୋରେଇରେ ତାଙ୍କୁ ଏଠିକୁ ଅଣା ହେଇଥିଲା ଆସୁ ଆସୁ ରହିଯାଇ ଗଡ଼ ତିଆରି କରିଦେଲେ । ତାଙ୍କ ପରେ ତାଙ୍କ ପୁଅ ଆସି ମଧ୍ୟ ରହିଗଲେ । ଏଥର ସୁକିନ୍ଦା ଗଡରେ ପଦ୍ମ ଫୁଟିବ ଆଉ ଘଡାଇ ଘଡ ଘଡ ହେଇ ପଳେଇବେ ବୋଲି ଦାମ ଏହି ପରି ଏକ ବୟାନ ଦେଇଛନ୍ତି । ଆଗରୁ ସୁକିନ୍ଦା ରେ କୌଣସି ବି ଦଳର ଏମିତି କେହି ଷ୍ଟାର ପ୍ରଚାରକ ଓ ବରିଷ୍ଠ ନେତା କେବେ ବି ଆସି ନଥିଲେ । ସୁକିନ୍ଦାରେ ପ୍ରଥମ ଥର ପାଇଁ ସୁକିନ୍ଦା ବିଜେପିର ପ୍ରାର୍ଥି ଟୁଟୁ ବଳ ଏହି ପରି ଆୟୋଜନ କରିଥିଲେ । ଏବଂ ଆଗ ଅପେକ୍ଷା ସୁକିନ୍ଦା ବିଜେପି ଶକ୍ତିଶାଳୀ ହେଉଛି ବୋଲି ଅନୁମାନ କରା ଯାଉଛି ।