ସୀମାନ୍ତ ମୋଟୁ ଅଂଚଳକୁ ମାଲକାନଗିରି ଜିଲ୍ଲାପାଳଙ୍କର ଅଚାନକ ଗସ୍ତ

(ସୂର୍ୟ୍ୟକାନ୍ତ ବେହେରା, ମାଲକାନଗିରି):ବର୍ତ୍ତମାନ ମାଲକାନଗିରି ମୋଟୁ ସୀମାନ୍ତ ପ୍ରବେଶ ପଥ ପାଲଟି ଯାଇଛି ଅନ୍ତରାର୍ଜୀୟ ପ୍ରବେଶ ପଥ, ଯେଉଁ ରାସ୍ତା ଦେଇ ବହୁତ ପ୍ରବାସୀ ଶ୍ରମିକ ଭାଇ ଓ ଭଉଣୀ ମାନେ ଅନ୍ୟ ରାଜ୍ୟରୁ ଆମ ରାଜ୍ୟକୁ ଫେରୁଛନ୍ତି କେବଳ ତାହା ନୁହେ ବରଂ ଅନ୍ୟ ରାଜ୍ୟକୁ ମଧ୍ୟ ଯାଉଛନ୍ତି।

ଆଜି ମାଲକାନଗିରି ଜିଲ୍ଲାପାଳ ଶ୍ରୀ ମନୀଷ ଅଗ୍ରୱାଲ ଏହି ଅଞ୍ଚଳରେ ପହଂଚି ସମସ୍ତ ସରକାରୀ, ବେସରକାରୀ କର୍ମଚାରୀ ଏବଂ ସ୍ବେଛାସେବୀ ବନ୍ଧୁ ମାନଙ୍କ ସହିତ ମିଶି ଏହି ବିଷମ ସମୟରେ ଆପଣ ମାନେ ସୁସ୍ଥ ଥିବେ ବୋଲି ମୋର ଆଶା ଏବଂ ବିଶ୍ୱାସ କହି ସମସ୍ତ ଙ୍କୁ ପ୍ରେରଣା ଦେଇଥିଲେ।

ତାପରେ ପ୍ରବାସୀ ବନ୍ଧୁ ମାନଙ୍କ ସହିତ ମିଶି ସେମାନଙ୍କର ସୁଖ ଦୁଖଃ ଏବଂ ଖାଦ୍ୟ ପେୟ କଥା ବୁଝୀଥିଲେ, ତାପରେ ନିୟମ ମୁତବକ ସମସ୍ତ ଶ୍ରମିକ ବନ୍ଧୁଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥାପିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (ଞଗଉ) ରେ କିଛି ଦିନ ସଙ୍ଗରୋଧ ରେ ରଖା ଯାଉଅଛି ।
ଏହି ସବୁ କେନ୍ଦ୍ର ଆମ ରାଜ୍ୟରେ ସମସ୍ତ ପଞ୍ଚୟତ ରେ ଖୋଲାଯାଇଛି କହିବା ସହିତ ସାମାଜିକ ଦୂରତାକୁ ବଜାଇ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ।

ଏହିଠାରେ ନିଯୁକ୍ତ ଥିବା ପୋଲିସ ଆଇ ଆଇ ସି, ସ୍ବାସ୍ଥ୍ୟ ବିଭାଗ ଏବଂ ଅନ୍ୟ କର୍ମଚାରିମାନଙ୍କର ସହିତ ବିଶଦ ଆଲୋଚନା କରିବା ସହିତ ପଞ୍ଜିକରଣ ଏବଂ ପରିବହନ କାର୍ୟ୍ୟକୁ ନିରୀକ୍ଷଣ କରିଥିଲେ,
ଏହି ସମୟରେ ଜିଲା ଗ୍ରାମ୍ୟ ଉର୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଶ୍ରୀ ବାଳମୁକୁନ୍ଦ ଭୂଇଁଆ ଏବଂ ମୋଟୁ ତହସିଲଦାର, କାଲିମେଳା ତହସିଲଦାର, କାଲିମେଳା ଗୋଷ୍ଠି ଉର୍ନୟନ ଅଧିକାରୀ ସମେତ ସମସ୍ତ ପ୍ରଶାସନିକ କର୍ମଚାରୀ ଉପସ୍ଥିତ ଥିଲେ।