ସିଏଜି ଭାବେ ମୁର୍ମୁଙ୍କୁ ନିଯୁକ୍ତି ଦେଲା କେନ୍ଦ୍ର

ଭୁବନେଶ୍ଵର: ଓଡ଼ିଆ ଆଇଏଏସ୍ ଗିରୀଶ ଚନ୍ଦ୍ର ମୁର୍ମୁ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଅଡ଼ିଟର ଜେନେରାଲ ଅଫ୍ ଇଣ୍ଡିଆ (ସିଏଜି) ଭାବରେ ନିଯୁକ୍ତ କରାଯାଇଛନ୍ତି । ମୟୂରଭଞ୍ଜର ବେତନଟୀଠାରେ ଜନ୍ମିତ ଶ୍ରୀ ମୁର୍ମୁ ଏହି ପଦରେ ପ୍ରଥମ ଓଡ଼ିଆ ଭାବରେ କାର୍ୟ୍ୟ କରିବେ । ଆସନ୍ତାକାଲି ସେ ଶପଥ ନେବେ । ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା କାଲି ବର୍ତ୍ତମାନର ସିଏଜି ରାଜୀବ ମେହରିସୀଙ୍କ କାର୍ଯ୍ୟକାଳ ସରୁଛି । ମେହରିସୀଙ୍କ ଠାରୁ ମୁର୍ମୁ ଦାୟିତ୍ୱ ଗ୍ରହଣ କରିବେ ।
ସିଏଜି ଭାବେ ନବନିଯୁକ୍ତ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ନୂଆ ଦାୟିତ୍ବ ପାଇଁ ସେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ନିଜର ଟିଇଟରରେ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି,ଓଡ଼ିଶାରେ ଜନ୍ମିତ ଆଇଏଏସ୍ ଅଧିକାରୀ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଅଡ଼ିଟର ଜେନେରାଲ ଅଫ୍ ଇଣ୍ଡିଆ (ସିଏଜି) ଭାବରେ ନିଯୁକ୍ତ କରାଯାଇଛି, ତାଙ୍କର ନୂତନ ଦାୟିତ୍ବ ପାଇଁ ତାଙ୍କୁ ଶୁଭେଚ୍ଛା ।