(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଗତକାଲି ଦିଲ୍ଲୀ ବ ିଜେପି କାର୍ଯ୍ୟାଳୟରେ ପୂର୍ବତନ ବିଜେଡି ନେତା ତଥା ମନ୍ତ୍ରୀ ଡାକ୍ତର ଦାମଦୋର ରାଉତ ବିଜେଡିରେ ଯୋଗ ଦେବା ପରେ ଆଜି ସେ ଭୁବନେଶ୍ୱରରେ ପହଞ୍ôଚ ଛନ୍ତି । ସେ ଭୁବନେଶ୍ୱର ଏୟାର ପୋର୍ଟରେ ପହଞ୍ôଚବା ପରେ ବିଜେପିର ଶହଶହ କର୍ମୀ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଏକ ବିରାଟ ରାଲିରେ ପାଛୋଟି ନେଇଥିଲେ । ଏହି ରାଲିରେ ବହୁ ସଂଖ୍ୟକ ନେତା ଓ କର୍ମୀ ଯୋଗ ଦେଇଥିଲେ । ଡାକ୍ତର ରାଉତ ବିମାନ ବନ୍ଦରରୁ ସିଧା ବିଜେପି କାର୍ଯ୍ୟାଳୟରେ ଯୋଗ ଦେବାର କାର୍ଯ୍ୟକ୍ରମରହିଛି ।
ଦାମ ଗତ କାଲି ବିଜେପିରେ ମିଶିବା ପରେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ, ବାଲିକୁଦା ତାଙ୍କ ଜନ୍ମସ୍ଥାନ । ସେଠାରେ ସେ ବଡ ହୋଇଛନ୍ତି । ସେଠାରୁ ମଧ୍ୟ ୫ ଥର ବିଧାୟକ ହୋଇଥିଲେ । ପରବର୍ତ୍ତି ସମୟରେ ସେ ପରାଦୀପରୁ ଦଳର ନିର୍ଦ୍ଦେଶ ମତେ ଲଢିଥିଲେ । କିନ୍ତୁ ଜୀବନର ଶେଷ ନିର୍ବାଚନ ସେ ତାଙ୍କ ଅଞ୍ଚଳରୁ ଲଢିବାକୁ ଚାହୁଛନ୍ତି । ସେ ତାଙ୍କ ଅଞ୍ଚଳବାସୀଙ୍କ ପାଇଁ ଶେଷ ରାଜନୀତିକ ଜୀବନର ସେବା ଦେବାକୁ ଚାହଁନ୍ତି ବୋଲି କହିଥିଲେ ।
ଏହି ବୟାନ ପରେ କିନ୍ତୁ ରାଜନୈତିକ ବିଶେଷଜ୍ଞ ଅନ୍ୟ ଏକ କଥାକୁ ନେଇ ଚର୍ଚ୍ଚା ଚଳାଇଛନ୍ତି । ଦାମ କୁଆଡେ ପୁଅ ସମ୍ବିତ ବାଟର କଣ୍ଟା ହେବାକୁ ଇଛା କରୁନାହାନ୍ତି । ତେଣୁ ସେ ପାରାଦୀପ ପରିବର୍ତ୍ତେ ଏରସମାରୁ ଲ÷ିଢିବାକୁ ଚାହୁଛନ୍ତି । ସେ ଏରସମାରୁ ଲଢିଲେ ପୁଅ ପରାଦୀପରୁ ଆରମରେ ଲଢିପାରିବ । ପ୍ରକୃତରେ ଡାକ୍ତର ରାଉତ ରାଜ୍ୟ ରାଜନୀତିରେ ଜଣେ ବିଚକ୍ଷଣ ରାଜନେତା । ସାପ ମରିବ ହେଲେ ବାଡି ଭାଙ୍ଗିବନି । ପୁଅ ବି ଜିତିବ, ଘର ଭାଙ୍ଗିବନି ଓ ସେ ତାଙ୍କ ଅପମାନର ପ୍ରତିଶୋଧ ମଧ୍ୟ ନେବେ ।