ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା -୨୦୨୫ ଅନୁଷ୍ଠିତ

Cyber Security Campaign Odisha-2025 was organized.

ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ପୋଲିସ ପକ୍ଷରୁ ସିଂହପୁର ସ୍ଥିତ ଖରସ୍ରୋତା ମହାବିଦ୍ୟାୟରେ ପରିସର ରେ ଏକ ସାଇବର ସୁରକ୍ଷା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କ ସଭାପତିତ୍ବ ରେ ଏହି ସଚେତନା ସଭା ରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ପି.କେ କାନୁନଗୋ, ମୁଖ୍ୟ ବକ୍ତା ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ମାଝୀ, ସମ୍ମାନିତ ଅତିଥି ବିଞ୍ଝାରପୁର ଥାନଅଧିକାରୀ ରୁ ପଦୋନ୍ନତି ପାଇଥିବା ଡିଏସପି ବାମଦେବ ନନ୍ଦ, ବିଜେପି ନେତା ତଥା ସମାସେବୀ ନିରଞ୍ଜନ ବେହୁରିଆ , ପୂର୍ଣ୍ଣଚନ୍ଦ୍ର ସାମଲ ମଞ୍ଚରେ ଉପସ୍ଥିତ ରହିଥିଲେ। ଆଜି କାଲି ଯେପରି ଲୋକ ମାନେ ଅନଲାଇନ୍ ରେ ଅନେକ ଠକେଇ ର ଶିକାର ହେବା ସହ ମୋବାଇଲ ରେ ଆସୁଥିବା ଅନେକ ଫେକ୍ କଲ୍, ମ୍ୟାସେଜ୍ ଲିଙ୍କ, ବିଭିନ୍ନ ବ୍ୟାଙ୍କ ର ଅନଲାଇନ ଲିଙ୍କ ମାଧ୍ୟମରେ ଲୋକ ଙ୍କୁ ଠାରୁ ପଇସା ଲୁଟିବା, ସହଜ ରେ ଋଣ ଦେବା ନାମ ରେ ଲୋକଙ୍କୁ ଭୁଆଁ ବୁଲାଇବା, ଫୋଟୋ କୁ ନଗ୍ନ ଫୋଟୋ ସହ ଯୋଡ଼ି ବ୍ଲାକ୍ ମେଲ କରି ପଇସା ମାଗିବା, ଏମିତି କି ମ୍ୟାଟ୍ରିମନି ସାହାଯ୍ୟ ରେ ବର କନ୍ୟା ର ପୃଷ୍ଠଭୂମି ଯାଞ୍ଚ କରିବା ଭଳି ଅନେକ ଘଟଣା ଏବେ ସାଇବର ଠକ ମାନେ ଏହି ପରି ଲୋକଙ୍କୁ ଲୁଟୁଥିବା ପୋଲିସ ଅଧିକାରୀ ମାନେ ମତ ରଖିଛନ୍ତି। ତେଣୁ ଏସବୁ ରୁ ଭୟଭିତନ ହୋଇ ଏସବୁ ରୁ ଦୂରେଇ ରହିବା ସହ ପୋଲିସ କୁ ସୁଚନା ଦେବା ସହ ସମସ୍ତ ତଥ୍ଯ କୁ ଭଲ ଭାବେ ଯାଞ୍ଚ କରିଲେ ଆଦୌ ସାଇବର ଠକାମୀ ର ଶିକାର ହେବେ ନାହିଁ ବୋଲି ପୋଲିସ ଅଧିକାରୀ ମାନେ ସଚେତନ କରାଇଛନ୍ତି। ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଥାନା ଅଧିକାରୀ ରଞ୍ଜନ କୁମାର୍ ମଲିକ, ମଙ୍ଗଳପୁର ଥାନା ଅଧିକାରୀ ଜଗଦୀଶ କର, ଦଶରଥପୁର ଥାନା ଅଧିକାରୀ ଶରତ ନାୟକ, ସଦରଥାନା ଅଧିକାରୀ ଚିନ୍ମୟ ସାହୁ, ଆଇଆଇସି ବନିତା ଦାସ୍, ଏ ଏସଆଇ ରାଜକିଶୋର ଲାହା, ସସ୍ମିତା ମଙ୍ଗରାଜ ଙ୍କ ସମେତ ଅନେକ ପୋଲିସ କର୍ମଚାରୀ, ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।