(ଶୁଭସ୍ମିତା ଦାଶ): ଠିକ୍ ଆଜିର ଦିନରେ ସର୍ଜିକାଲ ଷ୍ଟ୍ରାଇକ କରି ଭାରତୀୟ ସେନା ଶତ୍ରୁ ପକ୍ଷକୁ ନିପାତ କରିଥିଲେ । ସେହି ଘଟଣାକୁ ପୁରିଛି ୨ ବର୍ଷ । ଭାରତୀୟ ସେନାଙ୍କ ଏହି ଗୌରବମୟ ସଫଳାତା ଉଦ୍ଦେଶ୍ୟରେ ସାରା ଦେଶ ପାଳନ କରୁଛି ପରାକ୍ରମ ପର୍ବ । ଏହି ଦିନଟିକୁ ଉତ୍ସବ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ଏହି ଯୋଜନା କରିଛନ୍ତି । ୩ ଦିନ ବ୍ୟାପି ୫୧ ଟି ସହରରେ ଏହି ପର୍ବ ପାଳନ କରାଯିବ । ୩ ଦିନ ଧରି ଇଣ୍ଡିଆ ଗେଟ୍ ସମ୍ମୁଖରେ ଏହି ପରାକ୍ରମ ଦିବସକୁ ବିଜୟର ଧ୍ୱନି ସହ ପାଳନ କରାଯିବ । ଭାରତୀୟ ଯବାନଙ୍କ ସାହାସିକତାକୁ ବର୍ଣ୍ଣନା କରାଯିବ । ୨୦୧୬ ମସିହା ଆଜରି ଦିନରେ ପାକ୍ ଅଧିକୃତ କାଶ୍ମୀରରେ ଅଚାନକ ଶୁଭିଥିଲା ଗୁଳି ଶଦ୍ଦ । ଭାରତୀୟ ସେନା ପହଞ୍ଚି ଯାଇଥିଲେ ପ୍ରସ୍ତୁତ ହେଉଥିବା ଆତଙ୍କବାଦୀ ଆକ୍ରମଣର ଠିକଣାରେ । ଠିକଣା ଜାଗାରେ ଜବାବ୍ ଦେବାକୁ ନିଷ୍ପିତି ନେଇଥିଲା ଭାରତ । ଆଉ ସକାଳୁ ଖୋଲି ଯାଇଥିଲା ପାକିସ୍ତାନର ଅସଲ ଚେହେରା ।