(ରଜନୀକାନ୍ତ ପାତ୍ର/ହିଂଜିଳି କାଟୁ): ଫୁଲ ଆମ ଦୈନଦିନ ଜୀବନରେ ଏକ ନିତ୍ୟାବଶ୍ୟକୀୟ ଜିନିଷ । ହିନ୍ଦୁ ଧର୍ମରେ ଫୁଲକୁ ପବିତ୍ର ମାନିଥାଉ । ଆମର ପର୍ବ ପର୍ବାଣୀ, ଦୈନଦିନ ପୂଜା ପାଠ ଠାରୁ ଆରମ୍ଭ କରି, ବାହାଘର, ବ୍ରତ ଆଦିରେ ଏହାର ଆବଶ୍ୟକ ବହୁଳ ଭାବେ ହୋଇଥାଏ । ତେଣୁ ଏହାକୁ ନେଇ କିଛି ଲୋକ ସେମାନଙ୍କ ପରିବାର ପ୍ରତିପୋଷଣ କରିଆସୁଛନ୍ତି ହିଞ୍ଜିଳି ଅଞ୍ଚଳରେ ।
ଫୁଲ ଚାଷକୁ ନେଇ ହିଞ୍ଜିଳିର ଫୁଲ ଚାଷୀ ଅନେକ ସମସ୍ୟା ମଧ୍ୟ ଦେଇ ଗତିକରୁଛନ୍ତି । ଏହାକୁ ନେଇ ପୂର୍ବରୁ ସହାୟତା ଦାବି ହୋଇଆସୁଥିଲା ମଧ୍ୟ । କିନ୍ତୁ ଏଥିପ୍ରତି କାହାରି ନିଘା ନ ଥିଲା । କିନ୍ତୁ ଏବେ ହିଂଜିଳି ଫୁଲ ଚାଷୀଙ୍କ ଉପରେ ରାଜ୍ୟ ସରକାରଙ୍କ ଦୁଷ୍ଟି ପଡିଛି। ଏହି ଚାଷୀଙ୍କୁ ପ୍ରୋତ୍ସାହନା ଯୋଗାଇବା ଲକ୍ଷ୍ୟରେ ହିଂଜିଳି ବ୍ଲକ ଅଫିସରେ ଏକ ଛୋଟ ସଭାର ଆୟୋଜନ କରାଯାଇଥିଲା । ସମସ୍ତ ଫୁଲ ଚାଷୀଙ୍କ ସମସ୍ୟା ବିଷୟରେ ବୁଝା ଯାଇଥିଲା ।
ହଠାତ ସରକାରଙ୍କ ଏତାଦୃଶ୍ୟ ପଦକ୍ଷେପକୁ ନେଇ ସାଧାରଣରେ ଆଲୋଚନା ହେଉଛି, ଆଗକୁ ନିର୍ବାଚନ ଥିବାରୁ ସରକାରୀଙ୍କ ଏ ପ୍ରିତି ନୁହେଁତ?