ଯାତ୍ରା ବିବାଦରେ ପଡିବ ପୂର୍ଣ୍ଣଛେଦ । ନିଜ ସ୍ୱାମୀଙ୍କ ପାଖକୁ ଫେରିବେ ସୋନାଲି । ଖୁବ୍ ଶୀଘ୍ର ଏହି ବିବାଦର ସମାଧାନ ହେବ ବୋଲି ମିଳିଛି ସୂଚନା । ସୋନାଲି ଓ ତାଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତ ବିହାରଙ୍କ ଭିତରେ ଥିବା ଭୁଲ ବୁଝାମଣାକୁ ସମାଧାନ କରିବାକୁ ଆଗକୁ ବାହାରିଲେ ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ ବା ନାଣ୍ଟୁବାବୁ । ଆଉ ଗୋଟିଏ କିମ୍ବା ଦୁଇ ସପ୍ତାହ ଭିତରେ ଏହି ବିବାଦରେ ପଡିବ ପୂର୍ଣ୍ଣଛେଦ । ଏନେଇ ସୋନାଲିଙ୍କ ସ୍ୱାମୀ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ୬ ରୁ ୮ ଦିନ ଭିତରେ ସବୁ କିଛି ଠିକ୍ ହେଇଯିବ । ଭାଙ୍ଗିଯାଇଥିବା ସଂସାରକୁ ପୁଣି ଯୋଡି ଦେଇଥିବାରୁ ଗଣମାଧ୍ୟମ ସମେତ ସାଧାରଣ ଲୋକ ଏବଂ ଯେଉଁମାନେ ଏଥିରେ ହସ୍ତକ୍ଷପ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିଛି ଖଳ ପ୍ରକୃତିର ଲୋକଙ୍କ ପାଇଁ ଏଭଳି ଗୋଟିଏ ପଦ୍ସ୍ିତି ଶୃଷ୍ଟି ହୋଇଥିଲା । କିନ୍ତୁ ଖୁବଶୀଘ୍ର ଏକାଠୀ ହେବେ ସୋନାଲି ଓ ଶ୍ରୀକ୍ଷେତ୍ର ତେଣୁ ଉଭୟ ଏବେ ଆରୋପ ପ୍ରତ୍ୟାରୋପରୁ ଦୂରେଇ ଯାଇ ଖୁସି ଅନୁଭବ କରୁଛନ୍ତି । ଏବଂ ଯାତ୍ରା ମାଲିକ ନାଣ୍ଡୁ ବାବୁଙ୍କ ପ୍ରୟାସକୁ ମଧ୍ୟ ସମସ୍ତେ ପ୍ରସଂଶା କରିଛନ୍ତି ।