ସଡକ ଦୁର୍ଘଟଣାରେ ଡ୍ରାଇଭର ମୃତ

(ମୋନାଲିସା ମିଶ୍ର / ଢେଙ୍କାନାଳ): ଏ ହେଉଛି ୫୫ ନମ୍ବର ଜାତୀୟ ରାଜପଥ, ଢେଙ୍କାନାଳ ସହରର ଶ୍ୟାମାଚରଣପୁର ବାଇପାସ ।କିଭଳି ଢଙ୍ଗରେ ଏହି ସ୍ଥାନରେ ହୋଇଥିଲା ଦୁର୍ଘଟଣା, ଟିକେ ଭଲ ଭାବେ ନଜ଼ର ପକାନ୍ତୁ…
ଏକ ମିନି ଟ୍ରକର ପଛ ପାଖ ଚକାରେ ଅସୁବିଧା ଥିବାରୁ ଡ୍ରାଇଭର ଏହାର ମରାମତି କରୁଥିବା ବେଳେ ଚକା ଖୋଲୁଥିବା ସମୟରେ ପଛ ପଟୁ ଆସୁଥିବା ଆଉ ଏକ ଭାରିଟ୍ରକ ଡ୍ରାଇଭରଙ୍କ ଉପରେ ଚଢାଇ ଦେଇଥିଲା।କଟକରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏହି ଭାରୀ ଟ୍ରକଟି ଏତେ ଜୋରଦାର ଧକ୍କା ଦେଇଥିଲାଯେ ମିନି ଟ୍ରକଟି ପାଖାପାଖି ପଚାଶ ମିଟର ଦୂର ଆଗକୁ ଚାଲି ଯାଇଥିଲା ବେଳେ ରାସ୍ତା କଡରେ ମିନି ଟ୍ରକ ଠିଆ କରି ଚକା ସଜାଡୁଥିବା ଡ୍ରାଇଭର ଜଣକ ଧକ୍କା ଦେଇଥିବା ଭାରୀ ଟ୍ରକ ମଝିରେ ପେଷି ହୋଇଯାଇଥିଲେ।ଡ୍ରାଇଭର ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଇଁପୁର ଗ୍ରାମର। ତାଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ କଟକ ଏସସିବି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।