ସଂସଦରେ ଜନପ୍ରିୟ ସାଂସଦ ମହେଶ ସାହୁଙ୍କ ପୁଣି ଉଠାଇଲେ ଥର୍ମାଲ ଏନଟିପିସି ପ୍ରସଙ୍ଗ

 ଜ୍ୟୋତିରଞ୍ଜନ ଧର /ଅନୁଗୁଳ: ଢେଙ୍କାନାଳ ଲୋକସଭା କ୍ଷେତ୍ରର ଲୋକପ୍ରିୟ ସାଂସଦ ମହେଶ ସାହୁ ପୁଣି ଶାଣିତ ଢଙ୍ଗରେ ଅନୁଗୋଳ ଜିଲ୍ଲାର ତାଳଚେର ଥର୍ମାଲ ପ୍ରସଙ୍ଗକୁ ସଂସଦ ଭଵନରେ ଉଠାଇଛନ୍ତି ସଂସଦର ପ୍ରଥମ ଅଧିବେଶନର  ପ୍ରଶ୍ନୋତ୍ତର କାଳରେ ଢେଙ୍କାନାଳ ସାଂସଦ ମହେଶ ସାହୁ ତାଙ୍କ ପ୍ରଶ୍ନ ନଂ୩୭୭ରେ ତାଳଚେର ଥର୍ମାଲ ପ୍ରସଙ୍ଗ ନେଇ ପ୍ରଶ୍ନ ଉଠାଇଥିଲେ ଅନୁଗୋଳତାଳଚେର ଥର୍ମାଲ୍ଷ୍ଟେଜ୍‌ – ଷ୍ଟେଜ୍‌- ବନ୍ଦ ସମ୍ପର୍କରେ ତାଳଚେର ଥର୍ମାଲ ଏକତା ମଞ୍ଚ  ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ଲୋକବତ୍ସଳ ସାଂସଦ ଶ୍ରୀଯୁକ୍ତ ସାହୁ ଥର୍ମାଲ ସମସ୍ୟା ସମ୍ପର୍କରେ ଅନୁଗୋଳ ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପୂର୍ଵରୁ ଦାବି ଜଣାଇଥିଲେ

କୋଭିଡର ଦ୍ୱିତୀୟ ଲହର ପରେ ସଂସଦର ମୌସୁମୀ ଅଧିବେଶନ ପ୍ରଥମ ଦିନରେ ସାଂସଦ ଶ୍ରୀ ସାହୁ କହିଥିଲେ, ଥର୍ମାଲ୍ଷ୍ଟେଜ୍‌-୧କୁ ବନ୍ଦ କରି ଷ୍ଟେଜ୍‌-୨କୁ ଚାଲୁ ରଖି କାର୍ଯ୍ୟ କରୁଥିବା ସମସ୍ତ ୮୨୯ ଶ୍ରମିକମାନଙ୍କୁ ନିଯୁକ୍ତି କରାଯାଉ ଏବଂ ଷ୍ଟେଜ୍‌-୩କୁ ଅବିଳମ୍ବେ ଶୁଭ ଦିଆଯାଇ କାର୍ଯ୍ୟକରାଯିବା ଅତ୍ୟନ୍ତ ଜରୁରୀ  ନଚେତ ହଜାର ହଜାର ଶ୍ରମିକ, ସ୍ଥାନୀୟ ଲୋକଙ୍କ ପେଟପାଟଣା ଉପରେ ଏହାର ଗୁରୁତର ପ୍ରଭାବ ପଡିବ ଏଣୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ପୂର୍ବର ଦାବି ମୁତାବକ କେନ୍ଦ୍ର ସରକାରଙ୍କ ଶକ୍ତିମନ୍ତ୍ରୀଙ୍କୁ ସଂସଦରେ ପ୍ରଶ୍ନ ପଚାରି ବୁଝିଥିଲେ