(ଉଦଳା / ଦୀପକ ମିଶ୍ର ) : ଉଦଳା ସ୍ଥିତ କୁଣ୍ଡାବାଇସ୍ଥିତ ଆର.ଡ଼ି.ଏସ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ରୋହିଦାସ ସୋରେନଙ୍କ ୧୯ ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଓ ଏନ.ଏସ.ଏସ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମହାବିଦ୍ୟାଳୟ ପରିସରରେ ପ୍ରତିଷ୍ଠାତା ସ୍ୱର୍ଗତ ରୋହିଦାସ ସୋରେନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃ୍ତିଚାରଣ ସଭା ଆୟୋଜନ କରାଯାଇ ତାଙ୍କର ଅମର ଆତ୍ମାର ସତଗତି କାମନା କରି ୧ ମିନିଟ ନରିବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ସ୍କୃତିଚାରଣ ସଭାରେ ଯୁକ୍ତ ୩ ଅଧ୍ୟକ୍ଷ ପ୍ରଦୀପ କୁମାର ଗିରି , ଉପଖଣ୍ଡ ଚିକିତ୍ସା ଅଧିକାରୀ ପ୍ରମୁଖ ଉପସ୍ଥିତ ରଖି ରକ୍ତଦାନ ଭଳି ଏକ ମହାନ କାର୍ଯ୍ୟ ଏଥିରେ କୌଣସି ଶାରୀରିକ କ୍ଷତି ହୁଏ ନୁହେଁ ବରଂ ଅନଜଣଙ୍କର ଜୀବନକୁ ରକ୍ଷା କରିଥାଏ ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହ ଶିବିରରେ ମହାବଦ୍ୟିାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ଅଣଶିକ୍ଷକ କର୍ମଚାରୀ ଓ ଏନ.ଏସ ଏସ ଏବଂ ଯୁବ ରେଡ଼କ୍ରସର ସ୍ୱେଚ୍ଛାସେବୀ ମାନେ ସହଯୋଗ କରିଥିଲେ ।