ଶହୀଦ ନୁଦୁରାମଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି 

(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର) ;  ଭାରତ -ଚୀନ ସିମାନ୍ତ ଗଲଓ୍ବାନ ଘାଟିରେ ଚୀନା ସୈନିକଙ୍କ ଵର୍ଵୋଚିତ ଆକ୍ରମଣରେ ଭାରତର ୨୦ସେନା ମୃତ୍ୟୁ ବରଣ କରିଥିଲେ ।ତନ୍ମଧ୍ୟରୁ  ଓଡିଶାର ମୟୂରଭଞ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ବଡ ଚମ୍ପାଉଦା ଗ୍ରାମର ନୁଦୁରାମ୍ ସୋରେନ୍ ଶହୀଦ ହୋଇଥିଲେ ।ସେ ୧୯୯୭ ମସିହାରେ ଭାରତୀୟ ସେନାବାହିନୀର ୧୬ ବିହାର ରେଜିମେଣ୍ଟରେ ନାଏକ ସୁବେଦାର ଭାବେ ଯୋଗ ଦେଇଥିଲେ  । ତାଙ୍କ ପୈତୃକ ଗ୍ରାମରେ ପ୍ରଥମ ବର୍ଷିକୀ ଶ୍ରାଦ୍ଧ ଦିବସରେ କୋଭିଡ କଟକଣା ମାନି ଏକ ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମ କମିଟି ତରଫରୁ ଆୟୋଜନ କରାଯାଇଥିଲା ।ଏଥିରେ ବାମନଘାଟି ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା,ଏସଡିପିଓ ଗାୟତ୍ରୀ ପ୍ରଧାନ,  ବିଜାତଳା ବିଡିଓ ତ୍ରିନାଥ ମାଝୀ,ପଶ୍ଚିମ ମୟୂରଭଂଜ ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବମ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି,ସରପଞ୍ଚ ଅଞ୍ଜଳି ଵେଶ୍ରା,ରାଜ୍ୟ ବିଜେଡି ଯୁବ ଯୁଗ୍ମ ସଂପାଦକ ଗଣେଶ ମିଶ୍ରଙ୍କ ସମେତ ବହୁ ଲୋକ ଶହୀଦଙ୍କ ଫଟୋରେ ଏବଂ ଶହୀଦଙ୍କ  ସମାଧୀପୀଠରେ ପୁଷ୍ପମାଲ୍ୟ  ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ଶହୀଦ ନୁଦୁରାମ ସୋରେନ୍ ଅମର ରହେ ,ଭାରତମାତା କୀ ଜୟ  ନାରାରେ ସ୍ଥାନଟି ପ୍ରକମ୍ପିତ ହୋଇ ଉଠିଥିଲା ।