ଶଙ୍ଖ ଛାଡିଲେ ସାଂସଦ ବଳଭଦ୍ର

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ନବୀନ ନିବାସରେ ଆଶାୟୀ ପ୍ରାର୍ଥୀଙ୍କ ଭିଡ ଜମୁଥିବା ବେଳେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଶଙ୍ଖ ଛାଡିଛନ୍ତି । ଆଜି ସେ ଦଳ ସୁପ୍ରିମୋଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଦଳ ଛାଡିବାକୁ ନେଇ ସେ କହିଛନ୍ତି ଦଳରେ ମୋର କୌଣସି ଆବଶ୍ୟକତା ନ ଥିବା ଅନୁମାନ କରି ମୁଁ ଦଳ ଛାଡିଛି । ସେ ଆହୁରି ମଧ୍ୟ କହିଥିଲେ କି, ଦଳରେ କିଛି ନେତା ନବୀନଙ୍କୁ ବିଭାନ୍ତ କରୁଛନ୍ତି । ସେ ଆହୁରି କହିଛନ୍ତି, ୭ ବର୍ଷର ସରକାରୀ ଚାକିରି ଛାଡି ସେ ଦଳରେ ଯୋଗ ଦେଇଥିଲେ, କିନ୍ତୁ ଏବେ ସେ ଅନୁଭବ କରୁଛନ୍ତି, ସୁପ୍ରିମୋ ଓ ତାଙ୍କ ଭିତରେ ଦୂରତା ବଢିବାରେ ଲାଗିଛି । ଗତ ନିର୍ବାଚନ ପରଠାରୁ ଦୂରତା ଚରମ ସୀମାରେ ପହଞ୍ôଚଛି । ତେଣୁ ସେ ଆଉ ଦଳରେ ରହିବାକୁ ଚାହୁଁ ନାହାନ୍ତି ।