(କଣିହାଁ /ଜ୍ୟୋତିରଞ୍ଜନ ଧର ): ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ବଉଳିଗଡ଼ ରାସ୍ତାରେ ଶୁକ୍ରବାର ଲୁଟ କରି ୪ ଦୁର୍ବୃତ୍ତ ଚମ୍ପଟ ମାରିଥିଲେ କିନ୍ତୁ ସେଥିମଧ୍ୟରୁ ୨ ଦୁର୍ବୃତ୍ତ କୁ ସ୍ଥାନୀୟ ଲୋକେ କାବୁ କରିବା ସଫଳ ହୋଇଥିଲେ । ୨ ଲୁଟେରା ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡି ନିର୍ଧୁମ ଛେଚା ଖାଇଥିବା ବେଳେ ଅନ୍ୟ ଦୁଇ ଜଣ ଘଟଣାସ୍ଥଳରେ ବାଇକ ଛାଡି ସେଠାରୁ ଫେରାର ହୋଇଯାଇଥିଲେ । ଏହି ଘଟଣା ନେଇ ସ୍ଥାନୀୟ ପୋଲିସ ଖବର ପାଇ ପହଁଚିଥିଲା କ୍ଷ ଛେଚା ଖାଇଥିବା ଏହି ୨ ଲୁଟେରାକୁ ଥାନାକୁ ଆଣି ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି । ସୂଚନା ଅନୁସାରେ ବଅଁରପାଳ ଥାନା ଅଧିନସ୍ଥ ସନ୍ତ୍ରୀ ଗାଁ ଠାରେ ଥିବା ଏକ ରାଇସ ମିଲର କର୍ମଚାରୀ ଏକ ମାରୁତି ଇକୋ କାରରେ ବଉଳିଗଡ ରାସ୍ତାରେ ଯାଉଥିବା ବେଳେ ବେନ୍ତପୁର ମୁଣ୍ଡାହତା ନାଳ ନିକଟରେ ଏଭଳି ଘଟଣା ଘଟିଛି କ୍ଷ ୪ରୁ ୫ ଜଣ ଦୁର୍ବୃତ୍ତ ଦୁଇଟି ମୋଟର ସାଇକେଲରେ ଆସି ମାରଣାସ୍ତ୍ର ଦେଖାଇ ଗାଡିକୁ ଅଟକାଇ ଥିଲେ । ପରେ ରାଇସ ମିଲର ଦୁଇ କର୍ମଚାରୀଙ୍କୁ ଦୁର୍ବୃତ୍ତ ମାନେ ପ୍ରବଳ ମାଡ଼ ମାରି ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଯିବାବେଳେ କାଙ୍ଗୁଲା ଗ୍ରାମବାସୀ ଲୁଟ ଖବର ପାଇ ରାସ୍ତାରେ ଲୁଟେରା ମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଗ୍ରାମବାସୀ ଓ ଲୁଟେରାଙ୍କ ମଧ୍ୟରେ କିଛି ସମୟ ଛକାପଞ୍ଝା ଲାଗି ରହିଥିଲା । ଶେଷେରେ ଗ୍ରାମବାସୀମାନେ ଦୁଇ ଲୁଟେରରାଙ୍କୁ କାବୁ କରିବାକୁ ସକ୍ଷମ ହେଲା ବେଳେ ଆଉ ଦୁଇ ଜଣ ଲୁଟେରା ଫେରାର ହୋଇଯାିଥିଲେ । ଧରା ପଡିଥିବା ଦୁଇ ଲୁଟେରାଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି । ସେପଟେ ଲୁଟେରାଙ୍କୁ ମାଡ଼ରେ ଆହତ ହୋଇଥିବା ଦୁଇ ରାଇସ ମିଲ କର୍ମଚାରୀଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହୋଇଛି । ତେବେ ଖବର ଲେଖାଯିବା ଯାଏ ଥାନାରେ ଅଭିଯୋଗ ହୋଇ ନଥିବା ସ୍ଥାନୀୟ ପୁଲିସ ସୂତ୍ରରୁ ପ୍ରକାଶ ।
ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ଏତଲା ପରେ କେତେ ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ଏନେଇ ପୁଲିସ ତଦନ୍ତ ଜାରିରଖିଛି ।