(ରଜନି କାନ୍ତ ପାତ୍ର / ହିଞିିଳି) : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କେ. ରାମଚନ୍ଦ୍ରପୁର ଠାରେ ସ୍ଥାନୀୟ ପ୍ରସାଶନ ର ଉପସ୍ଥିତିରେ ୧୩୨ କେଭି ର ଚରୋଟି ଟାୱାର ନିର୍ମାଣ କାର୍ୟ୍ୟ ଆରମ୍ଭ କ୍ଷ ଏହି ଟାୱାର ନିର୍ମାଣ କୁ ପୂର୍ବରୁ ଗ୍ରାମବାସୀ ମାନେ ବିରୋଧ କରି ଆସୁଥିବା ବେଳେ ଆଜି ସ୍ଥାନୀୟ ତହସିଲଦାର, ଆଡଶୀନାଲ ଏସପି, ଦୁଇ ଏସଡିପିଓ, ଦଶ ଟି ଥାନା ଆଇ ଆଇ ସି , ୪ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଟାୱାର ନିର୍ମାଣ କାର୍ୟ୍ୟ ଆରମ୍ଭ କଲା କ୍ଟକ୍ଟ୍ରଗ୍ଧମକ୍ଷ କ୍ଷ ସୂଚନା ମୁତାବକ ୨୫ କୋଟି ଟଙ୍କା ବ୍ୟୟବରାଦରେ ୧୩୨ କେଭି ଲାଇନ ଆସିକାରୁ ଦିଗପହଣ୍ଡି ଅଞ୍ଚଳକୁ ଯାଉଛି । ଏହା ଆସିକା ବ୍ରହ୍ମପୁର, ଦିଗପହଣ୍ଡି ଭଳି ପ୍ରମୁଖ ସହରାଞ୍ଚଳ ସହ ଗଜପତି ଜିଲ୍ଲା ର ଅନେକ ବ୍ଲକରେ ନିରବ ଛିନ୍ନ ଭାବେ ବିଦ୍ୟୁତ ସରବରାହ ଲାଗି ଏହି ଯୋଜନା ମଂଜୁର ହୋଇ କାଯ୍ୟ ପ୍ରାୟ ୯୦ ପ୍ରତିଶତ ଶେଷହୋଇ ଯାଇଥିବା ବେଳେ ବଳକା କାଯ୍ୟ ପାଇଁ କେ.ରାମଚନ୍ଦ୍ରପୁର ଠାରେ ଚାରୋଟି ଟାୱାର କାଯ୍ୟ କୁ ଗ୍ରାମବାସୀ ବିରୋଧୀ କରିବା ଫଳରେ ଉକ୍ତ କାଯ୍ୟ ସମାପନ ଦିଗରେ ବାଧା ସୃଷ୍ଟି ହୋଇଛି । ଶେଷରେ ପ୍ରଶାସନ ଆଜି ଜେନ ତେନ ଉପାୟରେ ବ୍ୟାପକ ପୋଲିସ ମୃତୟନ କରି କାଯ୍ୟ ଆରମ୍ଭ କରିବା ବେଳେ ଗ୍ରାମ ବାସୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା କ୍ଷ ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ଗ୍ରାମବାସୀ ଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।