ଲଘୁଚାପ ପ୍ରଭାବରେ ୪ରୁ ୫ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଏହାଛଡା ଆଜି ସାରା ଦେଶକୁ ମୌସୁମୀ ଅଗ୍ରସର ହୋଇଛି। ଏହାଛଡା ଝାରବନ୍ଧରେ ୧୨୮ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ କୁଜଙ୍ଗରେ ୧୨୬ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଗୁଣୁପୁରରେ ୧୧୩ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ କୃଷ୍ଣପ୍ରସାଦ ୧୦୩ ମିମି ବର୍ଷା ରେକର୍ଡ କରାଯାଇଛି। ବାଙ୍ଗଲାଦେଶ ଏବଂ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଗୋଟିଏ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡି଼ଶା ଏବଂ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, କେଉଁଝର ଜିଲ୍ଲାରେ ପ୍ରବଳରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଖୋର୍ଦ୍ଧା, ପୁରୀ ନୟାଗଡ, ଡେଙ୍କାନାଳ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ ପ୍ରଭୃତି ଜିଲ୍ଲାକୁ ୟାଲୋ ୱାଣ୍ଣିଂ ଜାରି କରାଯାଇଛି।