(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ ପରିସରରେ ଚକ୍ଷୁ ପରୀକ୍ଷା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଟାରୀ କ୍ଳବ ଭୁବନେଶ୍ୱର ରୟାଲ ଓ ରୋଟାରୀ କ୍ଳବ ଜଗନ୍ନାଥ ଧାମର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ଲେମ୍ମୁ, ଆକାଶିଆ ଓ ଜାମୁ ମାଟି ପିଣ୍ଡ କରି ବିଭିନ୍ନ ଯାଗାରେ ପକାଯାଇଛି । ଯାହାକି ବର୍ଷାହେଲେ ମାଟି ଓଦା ହେବା ସହ ମଞ୍ଜି ଗୁଡିକ ଓଦା ହୋଇ ସେଥିରୁ ଗଛ ବାହାରିବ ବୋଲି ପୁରୀ ରୋଟାରୀ କ୍ଳବର ସଭାପତି ପ୍ରଦୀପ୍ତ କୁମାର ନାୟକ କହିଥିଲେ । ଏହି କାର୍ୟ୍ୟକ୍ରମରେ ଇନର ହୁଇଲି କ୍ଳବର ସଭାନେତ୍ରୀ ଝରଣା ନାୟକ, ସମ୍ପାଦିକା ନିରୁପମା ରଥ, ସଦସ୍ୟା କବିତା ସାହୁ, ବିଜୟ କାନ୍ତି ମିଶ୍ର ଓ ଭୁବନେଶ୍ୱର ରୋଟାରୀ କ୍ଳବର ସଭାପତି ମନ ମୋହନ ପଣ୍ଡା, ସେକ୍ରେଟାରୀ ଅଜୟ ପଟ୍ଟନାୟକ, ଡାଇରେକ୍ଟର ଧମେନ୍ଦ୍ର ବେହେରା, ଓ ପୁରୀ ରୋଟାରୀ କ୍ଳବର ସଦସ୍ୟ ଦେବରାଜ ପ୍ରଧାନ, ଶରତ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘର ମୁଖ୍ୟ କାର୍ଯ୍ୟଳୟ ପରିସରରେ ନଡିଆ ଗଛ ରୋପଣ କରିଥିଲେ । ରୋଟାରୀ କ୍ଳବ ଭୁବନେଶ୍ୱର ରୟାଲ ଚକ୍ଷୁ ଡା. ପ୍ରଫୁଲ ନାୟକ ତାଙ୍କର ସହଯୋଗୀଙ୍କ ସହିତ ପ୍ରାୟ ୭୦ଜଣ ମୋତିଆ ବିନ୍ଦୁ ରୋଗ ଚିହ୍ନଟ କରାଯାଇଥିଲା ।