(ଭୁବନେଶ୍ୱର /ରିପୋର୍ଟସଟୁଡେ):ବଲିଉଡ଼ ଅଭିନେତା ଅର୍ଜୁନ କପୁରଙ୍କ ବହୁ ଅପେକ୍ଷିତ ଫିଲ୍ମ ‘ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ଫିଲ୍ମରେ ଅର୍ଜୁନ ଦେଶ ପାଇଁ ବାଜି ଲଗାଉଥିବା ଦେଖିବାକୁ ମିଳିଛି। ଏହି ଆକ୍ସନ ଥ୍ରିଲର ଫିଲ୍ମର ୨.୩୦ ମିନିଟ ଲମ୍ବା ଟ୍ରେଲର ପ୍ରଶଂସକଙ୍କ ମନକୁ ଜିଣିଲା ଭଳି ଜଣାପଡୁଛି।
ଟ୍ରେଲରରେ ଅର୍ଜୁନ ନିଜ ୫ ଜଣିଆ ଟିମ୍ ସହ ଦେଶ ପାଇଁ ଜୀବନ ବାଜି ଲଗାଉଥିବା ନଜର ଆସିଛି। ଏମାନେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମାନଙ୍କୁ ଧରିବାର ଦାୟିତ୍ବ ନେଇଛନ୍ତି। ସବୁଠାରୁ ଖାସ କଥା ହେଉଛି ଏମାନେ ବିନା କୌଣସି ହତିଆରରେ ଆତଙ୍କବାଦୀ ମାନଙ୍କୁ ଧରିବାର ନିଷ୍ପତ୍ତି ନେଇଛନ୍ତି। ତେବେ ଫିଲ୍ମଟି ସତ ଘଟଣା ଉପରେ ଆଧାରିତ ବୋଲି କୁହାଯାଉଛି।
‘ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ’ ଫିଲ୍ମର ନିର୍ଦ୍ଧେଶନା ଦାୟିତ୍ବରେ ରାଜ୍ କୁମାର ଗୁପତା ରହିଥିବା ବେଳେ ଏହାକୁ ଫୋକ୍ସ ଷ୍ଟାର ଷ୍ଟୁଡିଓରେ ପ୍ରସ୍ତୁତ କରାଯାଇଛି।