ରାସ୍ତା ନ ଥିବାରୁ ୧୦ କି.ମି. ଭାରରେ ବୁହାଗଲା ମୃତଦେହ

(ଗୋଲାପ ସାହୁ) କଳାହାଣ୍ଡି: ୨୦୧୩ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହରିଶ୍ଚନ୍ଦ୍ର ଯୋଜନାର ଶୁଭାରମ୍ଭ କରିଥିଲେ । ଉଦ୍ଦେଶ୍ୟ ଥିଲା, ଗରିବ, ନିରାଶ୍ରୟ ଲୋକଙ୍କ ଅନ୍ତିମ କ୍ରୟା ପାଇଁ ଆର୍ଥିକ ସହଯୋଗ ଯୋଗାଇଦେବା ଓ ମୃତଦେହ ବୋହି ନେବାକୁ ମହାପ୍ରୟାଣ ଗାଡି ପ୍ରଚଳନ କରିଥିଲେ । କିନ୍ତୁ ଯୋଜନାକୁ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲୋକେ ଏହାର ସୁଫଳ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । କେଉଁଠି ଯୋଜନା ଜମାରୁ ମିଳୁନି ତ ପୁଣି କେଉଁଠି ଅନ୍ୟାନ୍ୟ ସରକାରୀ ଯୋଜନାର ବିଫଳତା ପାଇଁ ଯୋଜନା ପୂର୍ଣ୍ଣାଙ୍ଗ ରୂପ ନେଇ ପାରୁ ନାହିଁ । ତେଣୁ ଗରିବ ଅସହାୟ ମଣିଷଟି ତାର ଆତ୍ମୀୟ ସ୍ୱଜନଙ୍କୁ ହରାଇବା ପରେ ଅନେକ ସମୟରେ ମୃତଦେହକୁ କାନ୍ଧରେ କାନେ୍ଧଇ ବା ସାଇକେଲରେ ବାନ୍ଧି ନେବାକୁ ବାଧ୍ୟ ହେଉଛି । ଏମିତି ଏକ ଘଟଣା ପୁଣି ଘଟିଛି କଳାହାଣ୍ଡି ଜିଲ୍ଲାରେ ।