(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ରାସ୍ତା ଉପରେ ବନ୍ଧୁକ ଦେଖାଇ ଯୁବକ ଅଟକ । ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରସୁଲଗଡ ଅଞ୍ଚଳରେ ଜଣେ ଯୁବକ ନିଜ ଗାଡିରେ ଯାଉଥିବାବେଳେ ତାଙ୍କ ସମ୍ମାନଙ୍କୁ ଆଉ ଗୋଟିଏ ଗାଡି ଆସିଯାଇଥିଲା । ଫଳରେ ଯୁବକ ରାଗରେ ଉତ୍ତ୍ୟକ୍ତ ହୋଇ ଆର ଗାଡିରେ ଥିବା ଯୁବକ ଜଣଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ । ଖବର ପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖିଛି ।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଯୁବକଙ୍କ ନିକଟରେ ବନ୍ଧୁକର ଲାଇସେନ୍ସ ରହିଛି ।