ରାଜ୍ୟରେ ଲକ-ଡ଼ାଉନ ପରିସ୍ଥିତି ଏପଟେ ରାଜପଥରେ ସର୍କସ କଲାଭଳି ବାଇକ ଯାତ୍ରା

(ମୋନାଲିସା ମିଶ୍ର, ଢେଙ୍କାନାଳ): ବର୍ତ୍ତମାନ ସାରା ରାଜ୍ୟରେ ବଳ ବତ୍ତର ରହିଛି ଲକ-ଡ଼ାଉନ। ଲକ-ଡ଼ାଉନର ସ୍ଥିତିକୁ ନେଇ ଏବେ ରାସ୍ତାକୁ ବାହାରିବା ପାଇଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କିଛିଟା କୋହଳ ହୋଇଛି ସତ କିନ୍ତୁ ନିୟମର ଘୋର ବେଖାତିର ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି। ପୁଣି ଖୋଦ ଢେଙ୍କାନାଳ ଜିଲ୍ଲାରେ। ଏହି ଦୃଶ୍ୟ ଉପରେ ଟିକିଏ ନଜର ପକାନ୍ତୁ । ଗୋଟିଏ ବାଇକରେ କେମିତି ପାଞ୍ଚ ଜଣ ସବାର ହୋଇ ଯାତାୟାତ କରୁଛନ୍ତି । ଏ ଦୃଶ୍ୟଟି ହେଉଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅଞ୍ଚଳ କଣ୍ଟାବଣିଆ ସ୍ଥିତ ୫୫ ନମ୍ବର ଜାତୀୟ ରାଜପଥର ଟାଟା ଷ୍ଟିଲ ବିଏସଏଲ କମ୍ପାନୀ ମୁଖ୍ୟ ଫାଟକ ରାସ୍ତାରେ ଗାଡି ଚଳାଚଳର ଦୃଶ୍ୟ । ଏଭଳି ସ୍ଥିତିରେ ବାଇକରେ ଏକାଧିକ ମାତ୍ରାରେ ବସି ଯାତ୍ରା କରୁଥିବା ଅରୋହୀଙ୍କ ଉପରେ ନଜର ଦେବା ଦାଇତ୍ୱନିର୍ବାହ କରୁଥିବା ସେଠାକାର ସ୍ଥାନୀୟ ପୁଲିସ ଅଧିକାରୀଙ୍କ ପାଇଁ ବର୍ତ୍ତମାନ ସମୟରେ ଜରୁରୀ ହୋଇପଡିଛି । ଏହାକୁ ରୋକିବା ଦିଗରେ ପୋଲିସ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ପ୍ରକାଶ ପାଇଛି।