(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର: ଚୀନରେ ପ୍ରଥମେ ବ୍ୟାପିଥିବା ଏହି କରୋନା ଭାଇରସ୍ ଏବଂ ଭାରତ ମୁହାଁ। ଏହି ମଧ୍ୟରେ ଦେଶର ପ୍ରଥମ କୋରନା ରୋଗୀ କେରଳରେ ଚିହ୍ନଟ ହୋଇଛି। କୋରନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ରୋଗୀଙ୍କୁ ଏକ ସ୍ଵତନ୍ତ୍ର ୱାର୍ଡ଼ରେ ରଖି ଚିକିତ୍ସା ଚାଲିଛି। ତାଙ୍କର ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ସେପଟେ କରୋନା ସମସ୍ୟା ନେଇ କେନ୍ଦ୍ର କ୍ୟାବିନେଟ୍ ସଚିବ ସ୍ଵାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମାଲେସିଆ ରୁ ଦୁଇଜଣ ଯାତ୍ରୀ ଆସିଥିଲେ ସେମାନଙ୍କ ବ୍ଲଡ ସଂଗ୍ରହ କରାଯାଇଛି ,ପୁନେକୁ ବ୍ଲଡ ସାମ୍ପଲ ପଠାଯାଇଛି ।ଯେହେତୁ ସେମାନେ ଗତ ଏକମାସ ମଧ୍ୟରେ ଚୀନ୍ କୁ ଯାଇଥିବା ନେଇ ସେଲ୍ପ ଡିକ୍ଲାରରେସନ ଫର୍ମ ରେ ଉଲ୍ଲେଖ କରିଥିଲେ ,ତେଣୁ ସେମାନଙ୍କ ବ୍ରେନ ସ୍କ୍ରିନି କରିବା ସହ ରକ୍ତ ନମୁନା ସଂଗ୍ରହ ହୋଇଛି।ତେବେ କରୋନା ଭାଇରସ ର ଲକ୍ଷଣ ସେମାନଙ୍କ ନିକଟରେ ଦେଖିବାକୁ ମିଳିନାହିଁ ।ସେମାନେ ୧୫ଦିନ ପର୍ୟ୍ୟନ୍ତ ହୋମ୍ ଆଇସୋଲେସନ ହୋଇ ରହିବେ।ତାଙ୍କ ସହ ସ୍ଵାସ୍ଥ୍ୟ ବିଭାଗର ଅଧିକାରୀ ମାନେ ନିୟମିତ ଯୋଗାଯୋଗ ରେ ରହିଛନ୍ତି ।
ଦୁଇଟି ସ୍ଥାନରେ ବ୍ଲଡ ସଂଗ୍ରହ କରାଯିବ ।ଏସସିବି ଓ ଆରଏମଆରସି ରେ ସଂଗ୍ରହ କରାଯାଉଛି ରକ୍ତ ନମୂନା ।ଏନଆଇବି ପୁନେକୁ ପଠାଯିବାର ବ୍ୟବସ୍ଥା ରହିଛି ।ଏବେ ଓଡ଼ିଶାରେ ସେଭଳି କୈଣସି ଭୂତାଣୁ ଲକ୍ଷଣ ଦେଖିବାକୁ ମିଳିନାହିଁ ।କରୋନା ଭାଇରସ ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛନ୍ତି । ଏନେଇ ସ୍ଵାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି।
ତେବେ ରାଜ୍ୟରେ ଏପଯ୍ୟନ୍ତ କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହାଁନ୍ତି। ଚିହ୍ନଟ ହେଲେ ପୁନେକୁ ରକ୍ତ ପରୀକ୍ଷା ପାଇଁ ପଠାଯିବ ବୋଲି ସ୍ଵାସ୍ଥ୍ୟ ସଚିବ କହିଛନ୍ତି।