ରାଜରାସ୍ତାରେ ଗର୍ଜିଲେ ଚାଷୀ

(ଚିତ୍ତରଞ୍ଜନ ସାହୁ / ବରଗଡ): ରାଜରାସ୍ତାରେ ଗର୍ଜିଲେ ଚାଷୀ । ଚାଷୀର ହକ ହାସଲ ନ ହେବା ପର୍ୟ୍ୟନ୍ତ ରାଜରାସ୍ତାରେ ଲଢେ଼ଇ ଚେତାବନୀ ଦେଇଛି ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ୱୟ ସମିତିର ଚାଷୀ । ଦେଶରେ କୃଷି ଆଇନର ବିରୋଧ କରିବା ସହ ଧାନ କିଣା ବିକା ଅବ୍ୟବସ୍ଥା ଓ ଟୋକନ ଅବ୍ୟବସ୍ଥାକୁ ନେଇ ବରଗଡ଼ ଅତାବିରା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣ ସମ୍ମୁଖରେ ବରଗଡ଼ ଜୟ କିଷାନ ଆନ୍ଦୋଳନ ଓ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ତରଫରୁ ସମ୍ବଲପୁର ବରଗଡ଼କୁ ସଂଯୋଗ କରୁଥିବା ଜାତୀୟ ରାଜରାସ୍ତାକୁ ଅବରୋଧ କରିଛନ୍ତି ବରଗଡ଼ ଜିଲ୍ଲାର ଶତାଧିକ ଚାଷୀ ।