ରାଜଧାନୀରେ ସଡକ ଦୁର୍ଘଟଣା ,୨ମୃତ

( ଭୁବନେଶ୍ୱର / ରିପୋର୍ଟସଟୁଡେ): ଭୁବନେଶ୍ୱରରେ ଦୁଇଟି ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଦୁଇଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ଆଜି ସକାଳେ ଭୁବନେଶ୍ୱର ଫାୟାରଷ୍ଟେସନ ଏବଂ ପୋଖରୀପୁଟ ଅଂଚଳରେ ଦୁଇଟି ସଡକ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଏହି ଦୁଇଟି ବାଇକକୁ ଟ୍ରକ ଧକ୍କା ଦେଇଥିବା ପ୍ରଥମିକ ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।