ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

( ହିଂଜିଳିକାଟୁ / ରଜନୀ କାନ୍ତ ପାତ୍ର): ଆଜି ହିଜିଂଳୀକାଟୁ ଠାରୁ ମାତ୍ର ୪କିଲୋମିଟର ଦୂରରେ ରାଲବ ଗାଁ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆଜିଠୁ ୪ରୁ୫ଦିନି ହେବ ଏକ ମୃତ ଶବ ରାଲବ ଗାଁରେ ଥିଲେ ମଧ୍ୟ ଏବିଷୟରେ କେହି ଅବଗତ ନଥିଲେ ।

ଆଜି ସକାଳେ ତାଙ୍କର ସ୍ତ୍ରୀ ଘର ଭିତରକୁ ଗଲା ବେଳେ ତାଙ୍କର ସ୍ୱାମୀ କଂ ମୃତ ଦେହ ଦେଖି ହିଂଜିଳି ପୋଲିସ କୁ ଜଣାଇ ଥିଲେ ହିଂଜିଳି ପୋଲିସ ପହଞ୍ଚି ମୃତ ଦେହକୁ ଉଧର କରିଥିଲେ ଏବଂ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକଲ ପଠାଇଛନ୍ତି । ଜଣା ପଡ଼ିଛି ଜେ ଏହି ବ୍ୟକ୍ତି କଂ ନାମ ଲାବଣ୍ୟ ରାଉତ ଏବଂ ଏହାର ବୟସ ୩୮ ବୋଲି ଜଣା ପଡ଼ିଛି । ଏହି ମୃତ୍ୟୁର ସତ୍ୟ ସତ ଘଟଣା ଜଣା ପଢ଼ି ନାହିଁ କିନ୍ତୁ ପୋଲିସ ତଦନ୍ତ ଚଳାଇଛନ୍ତି ହିଂଜିଳି ର ଥାନ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ମେଡିକାଲ ରିପୋର୍ଟ ଆସିଲେ ଜଣା ପଡ଼ିବ।