ଯାତ୍ରୀଙ୍କୁ ନନେଇ ଉଡାଣ ଭରିଲା GO FIRST ବିମାନ

ନୂଆଦିଲ୍ଲୀ : ବିମାନ ସେବାରେ ନୂଆ ଘଟଣା ଦେଖିବାକୁ ମିଳିଛି । ବେଙ୍ଗାଲୁରୁ ଏୟାରପୋର୍ଟରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟକର ଘଟଣା । ବେଙ୍ଗାଲୁରୁରୁ ଦିଲ୍ଲୀକୁ ଉଡାଣ ଭରିଥିବା ଗୋ ଫାଷ୍ଟ ବିମାନ ଯାତ୍ରୀଙ୍କୁ ନନେଇ ଟେକ ଅଫ କରିଥିଲା । ଯାହାକୁ ନେଇ ଡିଜିସିଏ ବିମାନ କମ୍ପାନୀକୁ ରିର୍ପୋଟ ପାଇଁ ଦାବି କରିଛି ।
ତେବେ, ଗୋ ଫାଷ୍ଟ ନାମକ ବିମାନ କମ୍ପାନୀର ବିମାନ ୫୫ ଜଣ ଯାତ୍ରୀଙ୍କୁ ଧରି ବେଙ୍ଗାଲୁରୁରୁ ଦିଲ୍ଲୀ ଯିବାକୁ ରହିଥିଲା। ଯାତ୍ରୀମାନେ ବିମାନରେ ଯିବା ପାଇଁ ସଟଲ ବସ୍ରେ ଅପେକ୍ଷା କରି ରହିଥିଲେ । କିନ୍ତୁ ବିମାନଟି କୌଣସି ଯାତ୍ରୀଙ୍କୁ ନ ନେଇ ଉଡାଣ ଉଡିଯାଇଥିଲା। ଆଉ ଦିଲ୍ଲୀ ପହଞ୍ଚିବା ବେଳକୁ ବିମାନରେ କୌଣସି ଯାତ୍ରୀ ବିମାନରେ ନଥିଲେ । ଏହି ଘଟଣା ପରେ ଊଏଉଇ ଗୋ ଫାଷ୍ଟ ଏୟାରଲାଇନକୁ ରିପୋର୍ଟ ମାଗିଛି। ବିମାନ ଉଡାଣ ଭରିବା ପରେ ୫୩ ଜଣ ଲୋକଙ୍କୁ ଅନ୍ୟ ଏକ ବିମାନ ଯୋଗେ ଦିଲ୍ଲୀକୁ ସିଫ୍ଟ କରାଯାଇଛି। ଅନ୍ୟ ଦୁଇ ଜଣ ଯାତ୍ରୀ ରିଫଣ୍ଡ ମାଗିଥିଲା ।
ଏହାକୁ ନେଇ ଗୋ ଫାଷ୍ଟ ବିମାନ କମ୍ପାନୀ କୌଣସି ପ୍ରକାରର ଟିପ୍ପଣୀ ଦେବାକୁ ମନା କରିଦେଇଛି। ଘଟଣାକୁ ନେଇ କମ୍ପାନୀ ଏକ ଟ୍ଵିଟ୍ କରି ଜବାବରେ ଯାତ୍ରୀଙ୍କୁ ନିଜ ନିଜ ଡିଟେଲ୍ ସେୟାର କରିବା ପାଇଁ କହିଛି। ଏମିତି ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛି କମ୍ପାନୀ । ଜଣେ ଯାତ୍ରୀ ଟ୍ଵିଟ୍ କରି କହିଛନ୍ତି, ବେଙ୍ଗାଲୁରୁରୁ ଦିଲ୍ଲୀ ଉଡାଣ ଭରୁଥିବା ବିମାନ ଜି୮-୧୧୬ ବିମାନଟି ବିନା କୌଣସି ଯାତ୍ରୀଙ୍କୁ ନ ନେଇ ଟେକଅଫ କରିଥିଲା ।
ତେବେ ଏହି ମାମଲାରେ ଊଏଉଇ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଉଚିତ କାର୍ୟ୍ୟାନୁଷ୍ଠାନ ନେବ ବୋଲି ଡିଜିସିଏ କହିଛି ।